ନନ୍ଦିଘୋଷ ବ୍ୟୁରୋ: ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ କମ୍ପୁଛି ପରିବେଶ। ଭକ୍ତି ଓ ପରମ୍ପରାର ଅପୂର୍ବ ସଙ୍ଗମ। ବଲାଙ୍ଗୀର ସିନ୍ଧେକେଲାର ଇଷ୍ଟଦେବୀ ମାଁ ଦ୍ୱାରସେନୀଙ୍କ ଯାତ୍ରା ବା ଡେଙ୍ଗସରଗି ଯାତ୍ରା ପାଳିତ ହୋଇଛି । ଇଚଗାଁର ଦେବୀ ଦ୍ୱାରସେନୀ ବୁଢାରଜାଙ୍କୁ ବାହା ହୋଇ ସିନ୍ଧେକେଲାକୁ ବୋହୂ ରୂପରେ ଗଲା ପରେ ଆରମ୍ଭ ହୋଇଛି ସିନ୍ଧେକେଲାରେ ଦଶହରା । ଏହି ବିବାହରେ ସାମିଲ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ପ୍ରଥମେ ଦେବୀ ସିନ୍ଧକେଲାର ଦ୍ୱାରସେନୀ ମନ୍ଦିରରେ ପୂଜାର୍ଚ୍ଚନା କରି ସାରିବା ପରେ ହଜାର ହଜାର ବରଯାତ୍ରୀଙ୍କ ଗହଣରେ ୯ କିଲୋମିଟର ଦୂର ଇଚଗାଁକୁ ଚାଲିଚାଲି ବାହାରିଥିଲେ । ଏହି ବରଯାତ୍ରୀରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ବିଶ୍ବାସ ରହିଛି ଭକ୍ତିର ସହ ଦେବୀଙ୍କ ନିକଟରେ ଯେ ଯାହା ମନାସେ ତାହା ଦେବୀ ପୂରଣ କରନ୍ତି ।
ଏହି ପରମ୍ପରା କାହିଁ କାହିଁ କେଉଁ କାଳରୁ ଚାଲି ଆସିଛି । ଦେବୀଙ୍କ ବିବାହ ବା ଡେଙ୍ଗସରଗି ଯାତ୍ରା ହୋଇସାରିବା ପରେ ଦେବୀ ସିନ୍ଧେକେଲାକୁ ଫେରନ୍ତି ଓ ଦଶମୀ ଦିନ ନଗର ଭ୍ରମଣ କରନ୍ତି । ଏହାକୁ ବଏଲ ଯାତ୍ରା ମଧ୍ୟ କୁହାଯାଏ । ଅପୁତ୍ରିକ ମାଁଙ୍କ ପାଖକୁ ଆସିଲେ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି ମଧ୍ୟ ବିଶ୍ବାସ ରହିଛି।

