କରୋନା କାଳରୁ ଉବୁରିବ ଦେଶ,ସୁଧୁରିବ ଆର୍ଥିକ ସ୍ଥିତି
1 min readନୂଆଦିଲ୍ଲୀ : କରୋନା କାରଣରୁ ଦେଶ ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ଶିଳ୍ପପତିମାନଙ୍କୁ ସରକାର ସେମାନଙ୍କ ସହ ଥିବା ଭରସା ଦେଇଛନ୍ତି । ଭାରତୀୟ ଶିଳ୍ପ ସଂଘ(ସିଆଇଆଇ)ର ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣ ମାନେ ଗୋଟିଏ ପାଦ ବଢାନ୍ତୁ, ସରକାର ଚାରି ପାଦ ଆଗକୁ ବଢାଇବେ ।
ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ଆତ୍ମନିର୍ଭର ଭାରତ ନିର୍ମାଣ ଉପରେ ସରକାରଙ୍କ ଆଭିମୁଖ୍ୟକୁ ରଖିଥିଲେ । ସେ କହିଛନ୍ତି ଯେ,ଦେଶ ଲକଡାଉନକୁ ପଛରେ ଛାଡି ଆସି ସାରିଲାଣି । ତିନି ମାସ ତଳେ ଦେଶରେ ଗୋଟିଏ ମଧ୍ୟ ପିପିଇ କିଟ୍ ତିଆରି ହେଉନଥିଲା,ଏବେ କିନ୍ତୁ ଦୈନିକ ୩ ଲକ୍ଷ ପିପିଇ କିଟ୍ ତିଆରି ହେଉଛି । ସିଆଇଆଇକୁ ପ୍ରତି ସେକ୍ଟର ପାଇଁ ରିସର୍ଚ୍ଚ କରିବା ପାଇଁ ସେ କହିଛନ୍ତି ।
सरकार आज ऐसे पॉलिसी reforms भी कर रही है जिनकी देश ने उम्मीद भी छोड़ दी थी।
अगर मैं Agriculture सेक्टर की बात करूं तो हमारे यहां आजादी के बाद जो नियम-कायदे बने, उसमें किसानों को
बिचौलियों के हाथों में छोड़ दिया गया था: PM @narendramodi— PMO India (@PMOIndia) June 2, 2020
କରୋନା ଭାଇରସ ବିରୋଧରେ ଯୁଦ୍ଧ ସହ ଦେଶକୁ ଅର୍ଥନୀତି ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ,ଆମେ ଆମ ଅର୍ଥବ୍ୟବସ୍ଥାର ଗତିକୁ ପୁଣି ନିଶ୍ଚୟ ଫେରି ପାଇବା । ମୋର ଦେଶର ଦକ୍ଷତା ଓ ଟେକ୍ନୋଲୋଜି ଉପରେ ପୁର୍ଣ୍ଣବିଶ୍ୱାସ ରହିଛି । ତେଣୁ ଆମ ଅର୍ଥବ୍ୟବସ୍ଥା ପୁଣି ଦ୍ରୁତଗତିରେ ଦୌଡିବ ବୋଲି ମୋର ବିଶ୍ୱାସ । ଆମ ଗତି ମନ୍ଥର ହେଲେ ମଧ୍ୟ ଆମେ ଲକଡାଉନକୁ ପଛରେ ଛାଡି ଅନଲକ୍ ଫେଜ ମଧ୍ୟକୁ ପ୍ରବେଶ କରିଛୁ ।