ଦିନକରେ ୩୫ ହଜାର ଲୋକଙ୍କ ଖାଦ୍ୟ ଖାଇ ଦିଅନ୍ତି ପଙ୍ଗପାଳ

1 min read

ନୂଆଦିଲ୍ଲୀ: ପଙ୍ଗପାଳ- ଓଜନ ମାତ୍ର ୨ ଗ୍ରାମ୍ । ଏହି କୀଟ ତା ଓଜନର ଖାଦ୍ୟ ଖାଇଥାଏ । ଯେତେବେଳେ ଲକ୍ଷ, କୋଟି ସଂଖ୍ୟାରେ ଏମାନେ ଏକାଠି ହୁଅନ୍ତି ତ ମାତ୍ର ୧୪ ମିନିଟରେ ନଷ୍ଟ କରିଦିଅନ୍ତି ଏକର ଏକର ଫସଲ ନଷ୍ଟ କରିଦିଅନ୍ତି । ଫସଲ ନଷ୍ଟ କରୁଥିବା ଏହି ପଙ୍ଗପାଳ ରେଙ୍ଗିସ୍ତାନୀ ପ୍ରଜାତିର । ଯେଉଁମାନେ ନିଛାଟିଆ ଅଞ୍ଚଳରେ ଦେଖାଯାଆନ୍ତି ।

ଏବେ ଏହି ପଙ୍ଗପାଳକୁ ନେଇ ଦେଶରେ ଚର୍ଚ୍ଚା । ଝିଣ୍ଟିକା ଭଳି ଦେଖା ଯାଉଥିବା ପଙ୍ଗପାଳ ଏବେ ଭାରତରେ ପ୍ରବେଶ କରିଛନ୍ତି । ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶରେ ଏହି ପଙ୍ଗପାଳ ୫୦ ହଜାର ହେକ୍ଟରରୁ ଅଧିକ ଫସଲ ନଷ୍ଟ କରି ଦେଇଛନ୍ତି । ଉତ୍ତରପ୍ରଦେଶର କିଛି ସ୍ଥାନରେ ମଧ୍ୟ ପଙ୍ଗପାଳଙ୍କୁ ଦେଖିବାକୁ ମିଳିଲାଣି । ଏମାନେ ପବନରେ ଉଡ଼ି ଦିଲ୍ଲୀ ମଧ୍ୟ ପହଞ୍ଚିପାରନ୍ତି । କାରଣ ପଙ୍ଗପାଳ ପବନ ବହୁଥିବା ଦିଗରେ ଉଡ଼ିଯାଆନ୍ତି ।

ଦିନକରେ ଉଡ଼ନ୍ତି ୧୫୦ କିମି

ବିଶେଷଜ୍ଞଙ୍କ ଅନୁସାରେ, ଯଦି ପବନ ଦିଲ୍ଲୀ ପଟକୁ ବହେ ତାହାଲେ ପଙ୍ଗପାଳ ଦିଲ୍ଲୀ ପହଞ୍ଚିଯିବେ । ଆଉ ଦିଲ୍ଲୀରେ ଏମାନେ ଆକ୍ରମଣ କଲେ ଏହା ବହୁତ ଭୟାବହ ହେବ । କାରଣ ଦିଲ୍ଲୀର ମାତ୍ର ୨୨ ପ୍ରତିଶତ ଅଞ୍ଚଳରେ ଚାଷ କରାଯାଏ । ଗୋଟିଏ ପଙ୍ଗପାଳ ଦିନକରେ ୧୦୦ରୁ ୧୫୦ କିମି ଯାଏଁ ଉଡ଼ିପାରେ । ୨୦ରୁ ୨୫ ମିନିଟ୍ ଭିତରେ ପୂରା ଫସଲକୁ ନଷ୍ଟ କରିଦିଏ । ଏହି ସବୁ କାରଣରୁ ଏହାକୁ ଗତ ୨୭ ବର୍ଷ ମଧ୍ୟରେ ସବୁଠୁ ବଡ଼ ପଙ୍ଗପାଳ ଆକ୍ରମଣ କୁହାଯାଉଛି ।

ବର୍ଷକରେ ୭.୧୮ ଲକ୍ଷ କୋଟିର କ୍ଷତି

କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ ଅଧିନରେ ଥିବା ଡାଇରେକ୍ଟର ପ୍ଲାଣ୍ଟ ପ୍ରୋଟେକ୍ସନ ଅନୁସାରେ ୧୮୧୨ରୁ ପଙ୍ଗପାଳ ଭାରତରେ ଆକ୍ରମଣ କରି ଆସୁଛନ୍ତି । ୧୯୨୬ରୁ ୧୯୩୧ ମଧ୍ୟରେ ପଙ୍ଗପାଳ ୧୦ କୋଟି ଟଙ୍କାର ଫସଲ ନଷ୍ଟ କରି ଦେଇଥିଲେ । ୧୯୪୦ରୁ ୧୯୪୬ ଓ ୧୯୪୯ରୁ ୧୯୫୫ ମସିହା ମଧ୍ୟରେ ପଙ୍ଗପାଳ ଆକ୍ରମଣ କରି ୨ କୋଟି ଲେଖାଏଁ ଟଙ୍କାର ଫସଲ ନଷ୍ଟ କରିଥିଲେ । ୧୯୫୯ରୁ ୧୯୬୨ ମଧ୍ୟରେ ପଙ୍ଗପାଳ ୫୦ ଲକ୍ଷ ଟଙ୍କାର ଫସଲ ଖାଇ ଦେଇଥିଲେ । ସରକାରୀ ତଥ୍ୟ ମୁତାବକ, ୧୯୬୨ ମସିହା ପରେ ଭାରତରେ ପଙ୍ଗପାଳ ଲଗାତାର ଆକ୍ରମଣ କରିନଥିଲେ । ୧୯୮୭ରେ ପଙ୍ଗପାଳଙ୍କ ୧୬୭ଟି ଦଳ ଓ ୧୯୯୩ରେ ୧୭୨ଟି ଦଳ ଆକ୍ରମଣ କରିଥିଲେ । ୧୯୭୮ ମସିହାରେ ୨ ଲକ୍ଷ ଟଙ୍କା ଓ ୧୯୯୩ରେ ପ୍ରାୟ ୭.୧୮ ଲକ୍ଷ କୋଟି ଟଙ୍କାର ଫସଲ କ୍ଷତି ହୋଇଥିଲା ।

ଦିନକରେ ଖାଆନ୍ତି ୩୫ ହଜାର ଲୋକଙ୍କ ଖାଦ୍ୟ

କୃଷକ ମଣିଷ ପାଇଁ ଫସଲ କରୁଥିବା ପଙ୍ଗପାଳ ଖାଇ ଦେଉଛନ୍ତି । ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ ମୁତାବକ ମରୁଭୂମି ଅଞ୍ଚଳରେ ଦେଖା ଯାଉଥିବା ପଙ୍ଗପାଳ ସବୁଠୁ ମାରାତ୍ମକ । ଏମାନେ ୧୫୦ କିମି ବେଗରେ ଉଡ଼ିପାରନ୍ତି । ଗୋଟିଏ କିଲୋମିଟର ପରିମିତ ଅଞ୍ଚଳରେ ୧୫ କୋଟି ପଙ୍ଗପାଳ ଏକାଥରକେ ୩୫ ହଜାର ଲୋକଙ୍କ ଖାଦ୍ୟ ନଷ୍ଟ କରିଦିଅନ୍ତି ।

ଇତିହାସରେ କେବେ ଓଡ଼ିଶା ଆସିନାହାନ୍ତି ପଙ୍ଗପାଳ, ଯଦି ଆସନ୍ତି ତେବେ ଆପଣାନ୍ତୁ ଏହି ଉପାୟ…

Leave a Reply