୩୩ ନୁହେଁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍‌, ଉଚ୍ଚପଦାଧିକାରୀ ନିୟମିତ ଆସିବାକୁ ନିର୍ଦ୍ଦେଶ

GA&PG Department Issued Fresh Guidelines For Office

ନୂଆଦିଲ୍ଲୀ: ସୋମବାର ଉପ ସଚିବ ସ୍ତରଠୁ ତଳୁଆ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫସ୍‌ରେ କାମ ହେଉଥିବା ବେଳେ ସୋମବାରଠାରୁ ୫୦% କର୍ମଚାରୀଙ୍କୁ ନେଇ କାମ ଆରମ୍ଭ ହେବ ବୋଲି ନିର୍ଦ୍ଦେଶ ରହିଛି ।

ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଉପ ସଚିବ ସ୍ତରରୁ ନିମ୍ନ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ବିଭାଗର ମୁଖ୍ୟ ଏକ ରୋଷ୍ଟର (ଡ୍ୟୁଟି ଚାର୍ଟ) ପ୍ରସ୍ତୁତ କରିବେ । ସେଥିରେ ୫୦ ପ୍ରତିଶତ ଅଧିକାରୀ ଏବଂ କର୍ମଚାରୀଙ୍କର ତାଲିକା କରିବେ ଆଉ ସେହି ତାଲିକା ଅନୁସାରେ କର୍ମଚାରୀ ଗୋଟିଏ ଦିନ ବ୍ୟବଧାନରେ କାର୍ଯ୍ୟାଳୟକୁ ଆସି କାମ କରିବେ ।

କାର୍ମିକ ମନ୍ତ୍ରଣାଳୟ ଦ୍ୱାରା କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗକୁ ପଠାଯାଇଥିବା ଆଦେଶରେ କୁହାଯାଇଛି ଯେ, ୫୦ ପ୍ରତିଶତ ଅଧିକାରୀ ଏବଂ କର୍ମଚାରୀ ଯେଉଁମାନେ ଅଫିସକୁ ଆସିବେ ନାହିଁ ସେମାନେ ସେହିଦିନ ଘରେ ରହି କାମ କରିବେ । ଏହାସହ ଟେଲିଫୋନ୍‌ ତଥା ଯୋଗାଯୋଗ କରିବାର ସମସ୍ତ ମାଧ୍ୟମରେ ସେମାନେ ଉପଲବ୍ଧ ରହିବେ । ସେହି ନିର୍ଦ୍ଦେଶରେ ଆହୁରି କୁହାଯାଇଛି ଯେ, ଯେଉଁ ଉଚ୍ଚ ପଦସ୍ଥ ଅଧିକାରୀମାନେ ବିଭାଗର ଦାୟିତ୍ୱରେ ରହିଛନ୍ତି ସେମାନ ପ୍ରତ୍ୟେକ ଦିନ କାର୍ଯାଳୟକୁ ଯିବେ ।

Leave a Reply