ଗଞ୍ଜାମରେ ପୁଣି ୫ ସଂକ୍ରମିତ ଚିହ୍ନଟ, ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୯କୁ ବୃଦ୍ଧି

ଭୁବନେଶ୍ୱର: ଯାଜପୁର ପରେ ଗଞ୍ଜାମ ଏବେ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଂଜ୍ ଭାବେ ଉଭା ହୋଇଛି । ପ୍ରତିଦିନ ଏହି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି କ୍ରମରେ ଶନିବାର ଅପରାହ୍ନରେ ଗଞ୍ଜାମରୁ ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ନୂଆ ୫ ସଂକ୍ରମିତଙ୍କ ସହ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯କୁ ବୃ୍ଦ୍ଧି ପାଇଛି । ଏହାସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪କୁ ବଢିଛି ।

ଆଜି ଗୋଟିଏ ଦିନରେ ସଂଧ୍ୟା ସୁଧା ୨୪ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହି ୨୪ ସଂକ୍ରମିତଙ୍କ ମଧ୍ୟରୁ ୧୮ ଜଣ   ଗଞ୍ଜାମ ଜିଲ୍ଲାରୁ ଆସନ୍ତି । ଗଞ୍ଜାମ ୮୯ ସଂକ୍ରମିତଙ୍କୁ ନେଇ କରୋନା ତାଲିକାରେ ରାଜ୍ୟରେ ଏକ ନମ୍ବରରେ ଥିବା ବେଳେ ଆଜି  ନୟାଗଡ଼ରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଛି ।

ଗଞ୍ଜାମରୁ ଚିହ୍ନଟ ହୋଇଥିବା ସମସ୍ତ  ୫ଜଣ ସୁରତ ଫେରନ୍ତା ଏବଂ ସେମାନେ ସଙ୍ଗରୋଧରେ ରହୁଥିବା ସୂଚନା ମିଳିଛି ।

Leave a Reply