କୋଭିଡ୍ ହସ୍ପିଟାଲ ସ୍ଥିତି ଅନୁଧ୍ୟାନ କରିବା ପାଇଁ ୩ ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ
1 min readଭୁବନେଶ୍ୱର: କୋଭିଡ୍ ହସ୍ପିଟାଲ ସ୍ଥିତି ଅନୁଧ୍ୟାନ ପାଇଁ ୩ ଜିଲ୍ଲା ଗସ୍ତରେ 5-T ସଚିବ ଭି.କେ. ପାଣ୍ଡିଆନ । ସେ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଅଛନ୍ତି । ତାଙ୍କ ସହିତ ଅଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଦୁଇ ଅଧିକାରୀ ପ୍ରଥମେ ଜୟପୁର ଯାଇ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ।
ବେଡ୍ ବ୍ୟବସ୍ଥା, ଭେଣ୍ଟିଲେଟର, ଆଇସିୟୁର ସମସ୍ତ କକ୍ଷ ବୁଲି ଦେଖିବା ସହ ମେଡିକାଲ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମାଲକାନଗିରିରେ କୋଭିଡ୍ ହସ୍ପିଟାଲ ସ୍ଥିତି ସମୀକ୍ଷା କରିଛନ୍ତି। ପରେ ନବରଙ୍ଗପୁରେ କୋଭିଡ୍ ହସପିଟାଲ ବୁଲି ଦେଖିଥିଲେ ।
ସେପଟେ କୋରାପୁଟ ଜିଲ୍ଲାରେ ମୋଟ୍ ୩୫୩ ନମୁନାରୁ ୧୬୮ଟିର ରିପୋର୍ଟ ନେଗେଟିଭ୍ ଆସିଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ।
ଜିଲ୍ଲାକୁ ପ୍ରାଥମିକ ଭାବେ ୮ ହଜାର ଲୋକ ଫେରିବା ନେଇ ଆକଳନ କରାଯାଇଛି। ସ୍ୱାବ ଟେଷ୍ଟିଂ ପାଇଁ ଚେନ୍ନାଇରୁ ଏକ ଟେକ୍ନିକାଲ ଟିମ୍ ଆସୁଥିବା ଜିଲ୍ଲାପାଳ କହିଛନ୍ତି।