spot_img

Latest Posts

ବିରାଜିଲେ ମହାମାୟା

କଟକ: ବିରାଜିଲେ ମହାମାୟା । ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା । ଚକ୍ଷୁଦାନ ପରେ ହୋମଯଜ୍ଞରେ କମ୍ପିଲା ମଣ୍ଡପ ପରିସର । ଚଳିତବର୍ଷ ଭୁବନେଶ୍ବର ପୁରୁଣା ଷ୍ଟେସନ ବଜାରରେ ପର୍ବତରେ ଶୈବପୀଠ ସହ ଭିତରେ ସର୍କସ ଥିମ ତୋରଣରେ ପୂଜା ପାଉଛନ୍ତି ମାଆ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସିସିଟିଭି ସହ ବ୍ଯାପକ ପୋଲିସ ମୁତୟନ ଅଛନ୍ତି । ବମିଖାଲ ଦୁର୍ଗାପୂଜା ସମିତି ପକ୍ଷରୁ ପୂଜାକୁ ଅଧିକ ଆକର୍ଷଣୀୟ ପାଇଁ ଦୁବାଇ ଥିମ୍ ତୋରଣ ସହ ଭିତରେ ଚାନ୍ଦି ରୁପାରେ ସଜ୍ଜା ଯାଇଛି । ଭସାଣୀରେ କମିଟି ପକ୍ଷରୁ ଏଥର ଆକର୍ଷଣୀୟ ଟ୍ରେନ୍ ଦେଖିବାକୁ ମିଳିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ଦୁର୍ଗାପୂଜା ପାଇଁ କମ୍ପୁଛି କଟକ । ବିଭିନ୍ନ ପେଣ୍ଡାଲରେ ପୂଜା ପାଉଛନ୍ତି ମାଆ ଦୁର୍ଗା ଓ ଶିବ ପାର୍ବତୀ । କିନ୍ତୁ କଟକ କଟକର ବାଖରାବାଦ୍ ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଛି ଅଭନବ ପୂଜା । ଏଠାରେ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ଭାରତ ମାତା । ସମ୍ବଲପୁର ସହରରେ ମହାଆଡ଼ମ୍ବରରେ ଚାଲିଛି ଜଗତ୍ଜନନୀଙ୍କ ପୂଜା । ସହରର ପ୍ରମୁଖ ଦୁର୍ଗାପୂଜା କମିଟି ଧନୁପାଲି, ଗୋବିନ୍ଦତୋଲା, ଫାଟକ ସମେତ ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି ମାଆଙ୍କ ପୂଜା। ଚଣ୍ଡୀପାଠରେ ଭକ୍ତିମୟ ହୋଇଉଠିଛି ସମଗ୍ର ପରିବେଶ । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର । ସନ୍ଧ୍ୟା ହେଲେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ ।

ମାଆଙ୍କୁ ଦର୍ଶନ କରିବାକୁ ସବୁ ମଣ୍ଡପରେ ଏବେ ଖଚାଖଚ ଭିଡ଼ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମଣ୍ଡପ କର୍ମକର୍ତ୍ତା ଓ ପୋଲିସ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି ।..

Latest Posts

Don't Miss