spot_img

Latest Posts

ଲକଡାଉନ୍ କାରଣରୁ ଫସିଲେ ଅଭିନେତା ଜ୍ୟାକି ଶ୍ରଫ୍, ପହଞ୍ଚି ପାରିଲେ ନାହିଁ ଘରେ! ଦେଖନ୍ତୁ ଭିଡ଼ିଓ

ଭାରତରେ ଚାଲିଥିବା ଲକଡାଉନ୍ ଯୋଗୁଁ ସାଧାରଣ କାମ ଠାରୁ ଆରମ୍ଭ କରି ସବୁକିଛି ଅଟକି ରହିଛି। କିଛି କଳାକାର ଅଛନ୍ତି ଯେଉଁମାନେ ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେମାନେ ନିଜ ପରିବାର ଛୁଆ ପିଲାଙ୍କ ଠାରୁ ଦୂରରେ ଅଛନ୍ତି l ଠିକ ସେହିଭଳି ଅଭିନେତା ଜ୍ୟାକି ଶ୍ରଫ୍ ମଧ୍ୟ କିଛି ଅସୁବିଧା ସାମ୍ନା କରିଛନ୍ତି। ପୁଣେ ଏବଂ ମୁମ୍ବାଇ ମଧ୍ୟରେ ଫସି ରହିଛନ୍ତି ଏହି ଅଭିନେତା। ତାଙ୍କ ପରିବାର ମୁମ୍ବାଇ ଘରେ ଥିବାବେଳେ। ସେ ଅନ୍ୟ ଜାଗାରେ ଅଛନ୍ତି। କିନ୍ତୁ ଜଗୁ ଦାଦାଙ୍କ ଭିଡ଼ିଓ ମୋଡ୍ ଏବେ ବି ଅନ ଅଛି। ଲକଡାଉନ୍ ପାଇଁ ସେ ଅନେକ ଭିଡିଓ ପ୍ରସ୍ତୁତ କରି ନିରାପଦ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଉଛନ୍ତି l

ତେବେ ଜ୍ୟାକି ଶ୍ରଫଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କ ଦୁଃଖଦ କାହାଣୀ କହୁଛନ୍ତି l ଜ୍ୟାକି କହୁଛନ୍ତି l

ମୁଁ ମଧ୍ୟ ମୁମ୍ବାଇ-ପୁଣେ ମଧ୍ୟରେ କର୍ଫ୍ୟୁରେ ଅଛି l ବେବି ଟାଇଗର, କ୍ରିଷ୍ଣା ଏବଂ ଆୟେଶା ମୋ ଲେଡି ମୁମ୍ବାଇରେ ଅଛନ୍ତି l ମୁଁ ବସିଛି, ବିଡୁ ପାସ ତିଆରି କରି ଯାଇପାରିବି , ଶାନା ହୋଇପାରିବି l କିନ୍ତୁ ନା ମୁଁ ପାଗଳ କି ? ପାଗଳ କୁକୁର ମୋତେ କାମୁଡିଛି କି ? ସମସ୍ତେ ଘରେ ବସ। ”

ଏହା ସହ ଜ୍ୟାକି କହିଛନ୍ତି ଯେ ଆପଣଙ୍କ ଘରୁ ବାହାରିବା କେବଳ ଆପଣଙ୍କ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ସମସ୍ୟା ହୋଇପାରେ l ତେଣୁ ସେ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଘରେ ଜ୍ୟାକି ଦାଦା ଅଟକି ନଥିଲେ। ଘରେ ରହିବାବେଳେ କଣ କରିବା ଉଚିତ୍ ସେ ଏହା ମଧ୍ୟ କହିଥିଲେ। ଏହି ଭିଡିଓର ସବୁଠାରୁ ମଜେଦାର ଅଂଶ ହେଉଛି ଯେତେବେଳେ ଜ୍ୟାକି ବ୍ୟାଖ୍ୟା କରନ୍ତି ଯେ ସେ କାହିଁକି ଏହି ଭିଡିଓ ତିଆରି କରିଛନ୍ତି I

ଗଙ୍ଗାରାମ ହସ୍ପିଟାଲର ୧୦୮ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନକୁ ପଠାଗଲା

ଶେଷରେ ଜ୍ୟାକି କହିଛନ୍ତି ଯେ ଏହି କଠିନ ସମୟରେ ମଧ୍ୟ ଅନେକ ସଂସ୍ଥା କାର୍ଯ୍ୟ କରୁଛନ୍ତି। ସେମାଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି l ଏହା ସହ ଲୋକଙ୍କୁ କହିଛନ୍ତି ଜେ କାମ କରୁଥିବା ଲୋକଙ୍କୁ ଛାଡି ବାକି ସବୁ ଘରେ ରୁହ l ଜ୍ୟାକି ନିଜେ ମଧ୍ୟ କରୋନା ଭାଇରସ୍ ଲକ୍ଡାଉନ୍ କାରଣରୁ ବେରୋଜଗାର ଶ୍ରମିକମାନଙ୍କ ପାଇଁ କାମ କରୁଛନ୍ତି l ସେ ଏହି ମିଶନକୁ ସମର୍ଥନ କରି ଟୁଇଟ୍ କରି କହିଛନ୍ତି ଯେ ଏହି ସମୟରେ ସେ ଖୁସିରେ ଲୋକଙ୍କୁ ସାହାଯ୍ୟ କରିବେ l

Latest Posts

Don't Miss