ନନ୍ଦିଘୋଷ ବ୍ୟୁରୋ : ପ୍ରାକ ଶିକ୍ଷାର ବିକଳ ଚିତ୍ର । ଘରୋଇ ପରିବେଶରେ ଚାଲିଛି କୋମଳମତି ଶିଶୁଙ୍କ ପାଠପଢା । ହେଲପରଙ୍କ ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର ।… କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ରାଲେଗାଡ଼ା ପଞ୍ଚାୟତ ବଡ଼ା ପାଡୁ ଗାଁରୁ ଆସିଛି ଏଭଳି ଚିତ୍ର । ଶିଶୁଙ୍କ ଭବିଷ୍ୟତ ଗଢିବା ପାଇଁ ଅଙ୍ଗନବାଡି କେନ୍ଦ୍ର ଅଛି । କର୍ମୀ ବି ଅଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ନିଜସ୍ଵ ଅଙ୍ଗନବାଡି ଗୃହ ନାହିଁ । ଫଳରେ ହେଲପରଙ୍କ ଘରେ ହିଁ ଚାଲିଛି ଶିଶୁଙ୍କ ପାଠପଢା ଓ ଅନ୍ୟାନ୍ୟ କାର୍ଯ୍ୟ ।…
ଅଙ୍ଗନବାଡ଼ି କେନ୍ଦ୍ର ହେଉଛି ପୋଷଣ ଓ ଶିଶୁ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ନିଜସ୍ୱ ଗୃହ ଅଭାବରୁ ଯଦି ଏଭଳି ଭାବେ କେନ୍ଦ୍ର ଚାଲେ, ତେବେ ସରକାରଙ୍କ ଉଦ୍ଦେଶ୍ୟ କେତେ ଦୂର ସାଧିତ ହେଉଛି, ତାକୁ ନେଇ ଉଠିଛି ପ୍ରଶ୍ନ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ, ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଶୀଘ୍ର ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ କରିବାକୁ ଦାବି ହୋଇଛି । …
କେବେ ପ୍ରଶାସନର ନିଦ ଭାଙ୍ଗୁଛି ? କେବେ ବଡ଼ା ପାଡୁ ଗାଁରେ ହେଉଛି ଅଙ୍ଗନବାଡ଼ି ଗୃହ ନିର୍ମାଣ ? କେବେ ଉତ୍ତମ ପରିବେଶରେ ପାଠ ପଢୁଛନ୍ତି ପିଲା ?

