spot_img

Latest Posts

ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀର ଜୀବନ

ଭୁଲ ଇଞ୍ଜେକ୍ସନ ଦେବାରୁ ଛାତ୍ରୀର ମୃତ୍ୟୁ ଅଭିଯୋଗ । ଯାହାକୁ ନେଇ ନୟାଗଡ଼ ଜିଲ୍ଲା ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଛି । ଭାପୁର  ବ୍ଳକ ଗୋଳାପୋଖରୀ ଗ୍ରାମର ଗୋପାଳ ଚନ୍ଦ୍ର ବେହେରାଙ୍କ ଝିଅ ସନ୍ତୋଷୀ ବେହେରାଙ୍କ ଝିଅକୁ ଗତକାଲି ଜ୍ୱର ହୋଇଥିଲା । ସକାଳୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପରିବାର ଲୋକେ ଆଣିଥିଲେ ।  ସେଠାରେ ଡାକ୍ତର ଇଞ୍ଜେକ୍ସନ ଦେବା ପରେ ହଠାତ୍ ସନ୍ତୋଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା ଓ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଛି।  ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦାବି କରିଛନ୍ତି ପରିବାର। ଘଟଣାକୁ ନେଇ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତେଜନା ପରିସ୍ଥିତି ଲାଗି ରହିଛି। ଘଟଣାସ୍ଥଳକୁ ଖଣ୍ଡପଡ଼ା spdo , ଫତେଗଡ ଥାନା ଅଧିକାରୀ  ପହଂଚି ବୁଝାସୁଝା ଜାରି ରଖିଛନ୍ତି। ସେପଟେ ନ୍ୟାୟ ନ ମିଳିବା ଯାଏଁ ମେଡିକାଲରୁ ଶବ ଉଠେଇବେ ନାହିଁ ବୋଲି କହିଛନ୍ତି ପରିବାର ଲୋକ।

Latest Posts

Don't Miss