spot_img

Latest Posts

ପଦରୁ ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନନ୍ଦିଘୋଷ ବ୍ୟୁରୋ: ଦେଶର ଶିକ୍ଷା କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଗତ କିଛି ଦିନ ହେବ NEET-UG ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଜାତୀୟ ପରୀକ୍ଷା ଏଜେନ୍ସି ର କାର୍ଯ୍ୟଶୈଳୀକୁ ନେଇ ସାରା ଦେଶରେ ତୀବ୍ର ସମାଲୋଚନା ଓ ଛାତ୍ର ଆନ୍ଦୋଳନ ଜାରି ରହିଥିଲା। ଏହି ଚାପ ଓ ବିବାଦ ମଧ୍ୟରେ ସେ ନିଜ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି।

ଇସ୍ତଫାର ମୁଖ୍ୟ କାରଣ: NEET-UG ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତାକୁ ନେଇ କ୍ରମାଗତ ଭାବେ ବିରୋଧୀ ଦଳ ଏବଂ ଛାତ୍ର ସଂଗଠନଗୁଡ଼ିକ ତାଙ୍କ ଇସ୍ତଫା ଦାବି କରିଆସୁଥିଲେ। ତେବେ ଏହି ସମ୍ବେଦନଶୀଳ ମାମଲାରେ ସିବିଆଇ (CBI) ତଦନ୍ତ ଚାଲୁଥିବା ବେଳେ ଏବଂ ସୁପ୍ରିମ୍ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଏହି ସ୍ଥିତି ଉପୁଜିଛି। ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଦେଶର ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତାକୁ ଆଖିଆଗରେ ରଖି ସେ ଏହି ନୈତିକ ନିଷ୍ପତ୍ତି ନେଇଥିବା ଚର୍ଚ୍ଛା ହେଉଛି।

ସୂଚନାଯୋଗ୍ୟ ଯେ, NEET-UG ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରଠାରୁ ହିଁ ସାରା ଦେଶରେ ଅସନ୍ତୋଷର ନିଆଁ ଜଳୁଥିଲା। ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଓ ଗାର୍ଜିଆନ୍ ଏହି ପରୀକ୍ଷାରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ଆଣିଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହାକୁ ସୁଧାରିବା ପାଇଁ ଏକାଧିକ କମିଟି ଗଠନ କରିଥିଲେ ମଧ୍ୟ ବିବାଦ ଥମିବାର ନାଁ ନେଉନଥିଲା।

ଶେଷରେ ବିରୋଧୀଙ୍କ ଆକ୍ରମଣାତ୍ମକ ରୂପ ଏବଂ ଦେଶବ୍ୟାପୀ ଆନ୍ଦୋଳନ ଆଗରେ ନୋଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିବା ସୂଚନା ମିଳିଛି ।

Latest Posts

Don't Miss