spot_img

Latest Posts

ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁ ଲିଭାଇବାକୁ ୨୧ଟି ଅଗ୍ନିଶମ ଗାଡ଼ି ନୟାନ୍ତ !

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମାୟାପୁରୀ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ରାତି ଅଧରେ ଏକ କାରଖାନାର ଉପର ମହଲାରେ ଲାଗିଲା ନିଆଁ। ରାତି ପ୍ରାୟ ସାଢ଼େ ୯ଟା ସମୟରେ ଅଗ୍ନିଶମ ନିୟନ୍ତ୍ରଣ କକ୍ଷକୁ ଏହି ଖବର ମିଳିଥିଲା । ନିଆକୁ ଆୟତ୍ତ କଲେ ବିଭିନ୍ନ ଅଗ୍ନିଶମ କେନ୍ଦ୍ରର ୨୧ଟି ଅଗ୍ନିଶମ ଗାଡ଼ି । ତେବେ କୌଣସି ଆହତ କିମ୍ବା ମୃତାହତଙ୍କ ରିପୋର୍ଟ ହୋଇନାହିଁ।

ସୂଚନା ମୁତାବକ, ଦିଲ୍ଲୀ ମାୟାପୁରୀ ଶିଳ୍ପାଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ରାତି ୯ଟା ବାଜି ୫ ମିନିଟରେ  ଫାୟାର କଣ୍ଟ୍ରୋଲ ରୁମ୍ କୁ ଏହି ଖବର ମିଳିଥିଲା । ଯାହାପରେ ଅଗ୍ନିଶ୍ରମ ବିଭାଗ ତୁରନ୍ତ ଗୋଟେ ପରେ ଗୋଟେ ଗାଡି ପଠାଇବା ଆରମ୍ଭ କରିଥିଲା । ୨ ଘଣ୍ଟା ଧରି ନିରନ୍ତର ପ୍ରୟାସ ସତ୍ତ୍ବେ ନିଆଁକୁ କାବୁ କରାଯାଇ ପାରିନଥିଲା। ଯାହାପରେ ୨୧ ଟି  ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଁଚି ଅକ୍କାନ୍ତ ପରିଶ୍ରମ ପରେ ଶେଷରେ ନିଆଁକୁ ଆୟତ୍ତ କରିଥିଲେ । ଏହି କୋଠାଟିରେ ଏକ ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର୍ ଏବଂ ଆଉ ଦୁଇଟି ଉପର ମହଲା ରହିଥିଲା । ନିଆଁର ପ୍ରକୋପ ବଢ଼ିବା ସହ, ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳକୁ ଅତିରିକ୍ତ ଦମକଳ ଗାଡ଼ି ପଠାଯାଇଥିଲା । ଏହାସହ ନିଆଁ ଲିଭାଉଥିବା ସମୟରେ ପ୍ରଥମ ଓ ଦ୍ୱିତୀୟ ମହଲାର କିଛି ଅଂଶ ଭୁଷୁଡ଼ି ପଡ଼ିଥିଲା । ଏନେଇ ଦମକଳ ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ନିଆଁ ଏବଂ କୋଠା ଭୁଷୁଡ଼ିବା କାରଣରୁ ହୋଇଥିବା କ୍ଷୟକ୍ଷତି ଯୋଗୁଁ ଏହି କୋଠାଟି ବର୍ତ୍ତମାନ ସୁରକ୍ଷିତ ନୁହେଁ । ତେବେ ନିଆଁ କେଉଁ କାରଣ ପାଇଁ ଲାଗିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Latest Posts

Don't Miss