spot_img

Latest Posts

ଦୁଇ ମାସ ହେଲା ମିଳୁନି ଭତ୍ତା; ବିଡିଓଙ୍କୁ ଦାବିପତ୍ର ଦେଲେ ଶତାଧିକ ହିତାଧିକାରୀ

ନନ୍ଦିଘୋଷ ବ୍ୟୁରୋ : ଦୁଇ ମାସ ହେଲା ମିଳୁନି ଭତ୍ତା। ବାରମ୍ବାର ଗୁହାରି ପରେ ମଧ୍ୟ ଶୁଣୁନାହାନ୍ତି ପ୍ରଶାସନ। ଶେଷରେ ବାଧ୍ୟ ହୋଇ ରାଜପଥକୁ ଓହ୍ଲାଇଛନ୍ତି ଅସହାୟ ବୃଦ୍ଧବୃଦ୍ଧା ଓ ହିତାଧିକାରୀ। କଟକ ଜିଲ୍ଲା ବାରଙ୍ଗ ବ୍ଲକ ୩୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ କୁରାଙ୍ଗପ୍ରଧାନ ପଞ୍ଚାୟତରୁ ଆସିଛି ଏଭଳି ଏକ ଚିତ୍ର, ଯେଉଁଠି ଭତ୍ତା ନପାଇ ଶତାଧିକ ହିତାଧିକାରୀ ଚରମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁଯାୟୀ, କୁରାଙ୍ଗପ୍ରଧାନ ପଞ୍ଚାୟତର ଶତାଧିକ ଯୋଗ୍ୟ ହିତାଧିକାରୀ ଗତ ଦୁଇ ମାସ ହେଲା ସେମାନଙ୍କର ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟା ନେଇ ସ୍ଥାନୀୟ ଲୋକେ ପୂର୍ବରୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଥିପ୍ରତି କୌଣସି କର୍ଣ୍ଣପାତ କରିନଥିଲା। ଫଳରେ ଆଜି ସ୍ଥାନୀୟ ସରପଞ୍ଚ ଏବଂ ସମାଜସେବୀଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀ ବାରଙ୍ଗ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିଛନ୍ତି।
. ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ଭତ୍ତା ତୁରନ୍ତ ପ୍ରଦାନ କରାଯାଉ।
. ଆନ୍ଦୋଳନକାରୀମାନେ ବାରଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO)ଙ୍କୁ ଭେଟି ଏକ ସ୍ମାରକପତ୍ର/ଦାବିପତ୍ର ପ୍ରଦାନ କରିଛନ୍ତି।

ବ୍ଲକ ଆଗରେ ଧାରଣା ଚେତାବନୀ:
ହିତାଧିକାରୀଙ୍କ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଯଦି ତୁରନ୍ତ ସମସ୍ତ ବକେୟା ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ରୂପ ନେବ। ହିତାଧିକାରୀମାନେ ବାଧ୍ୟ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣ ଧାରଣା ଦେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

Latest Posts

Don't Miss