spot_img

Latest Posts

ଶ୍ରୀମନ୍ଦିର ପ୍ରଶାସନର ଅପାରଗତା ; ଦୋଳବେଦୀ ନିକଟରେ ସୃଷ୍ଟିହେଲା ଦଳଚକଟା ସ୍ଥିତି

ପୁରୀ : ପୁଣି ପଦାରେ ପଡ଼ିଲା ଶ୍ରୀମନ୍ଦିର ପ୍ରଶାସନର ଅପାରଗତା । ଦୋଳବେଦୀ ନିକଟରେ ସୃଷ୍ଟିହେଲା ଦଳଚକଟା ସ୍ଥିତି । ଦର୍ଶନ ଚାଲିଥିବା ସମୟରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଠେଲାପେଲା । ଆଜି ଦୋଳପୂର୍ଣ୍ଣିମା ଥିବାରୁ ପୁରୀରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଭକ୍ତଙ୍କ ସମାଗମ ରହିଥିବାରୁ ଦୋଳବେଦୀ ଉପରକୁ ଯିବାପାଇଁ ଲାଗିଥିଲା ଠେଲାପେଲା । କିଛି ଅମାନିଆ ଭକ୍ତ ଧାଡ଼ିରେ ନ ଯାଇ ଠେଲାପେଲା କରିଥିବା ଅଭିଯୋଗ । କିଛି ଭକ୍ତ ସାମାନ୍ଯ ଆହତ ହୋଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡିଓ ।

Latest Posts

Don't Miss