spot_img

Latest Posts

ସରକାରଙ୍କ ଶ୍ରମିକ ମାରଣ ନୀତିକୁ ତୀବ୍ର ବିରୋଧ, ୧୨ ତାରିଖରେ ଅଖ, ଚକ, ଠପ…

ଭୁବନେଶ୍ବର  : ସରକାରଙ୍କ ଶ୍ରମିକ ମାରଣ ନୀତି। ୧୨ ତାରିଖରେ ଅଖ, ଚକ, ବନ୍ଦ। ବନ୍ଦ ଡାକରା ଦେଇଛନ୍ତି ଶ୍ରମିକ ସଂଗଠନ।  ଆଇଏନ୍ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏପିଏଫ୍ ଓ ସ୍ଵାଧୀନ ଫେଡେରେସନ୍ ସାରା ଭାରତରେ ଚକାଜାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ୍ ବାତିଲ୍ ଓ ଅନ୍ୟାନ୍ୟ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଲଗାତାର ଭାବେ ଦେଶର ଶ୍ରମଜୀବୀ ଜନଗଣକୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଶ୍ରମିକ, କୃଷକ, କୃଷି ଶ୍ରମିକ, ମହିଳା, ଯୁବ ଛାତ୍ରଙ୍କ ଅଧିକାର ଉପରେ ବିଜେପି ଆକ୍ରମଣ କରି ଚାଲିଛି । ସମସ୍ତ ଆନ୍ଦୋଳନକୁ ଭ୍ରୁକ୍ଷେପ ନକରି ୪୪ଟି ଶ୍ରମ ଆଇନକୁ ଭାଙ୍ଗି ଚାରୋଟି ଶ୍ରମ କୋଡ କାର୍ଯ୍ୟକାରୀ କରିଛନ୍ତି ସରକାର । ଦେଶର ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଓ ବିକ୍ରି ପ୍ରକ୍ରିୟାକୁ ତ୍ବରାନ୍ବିତ ହେଉଛି । ରେଳବାଲ, ବନ୍ଦର ଓ ଢକ୍, କୋଇଲା ଖଣି, ଇସ୍ପାତ, ପ୍ରତିରକ୍ଷା, ସଡ଼କପଥ, ଆକାଶପଥ, ଜଳପଥ, ବ୍ୟାଙ୍କ, ବୀମା, ଟେଲି ଯୋଗାଯୋଗ, ଡାକ ବିଭାଗ, ଆଣବିକ ଶକ୍ତି, ବିଦ୍ୟୁତ୍ ଉତ୍ପାଦନ ସଂସ୍ଥାକୁ ବୃହତ୍ କର୍ପୋରେଟ୍ମାନଙ୍କୁ ହସ୍ତାନ୍ତର କରି ଦେଶର ଆତ୍ମନିର୍ଭର ଅର୍ଥନୀତିକୁ କବର ଦିଆଯାଉଛି  । ବିଭିନ୍ନ ସରକାରୀ ସଂସ୍ଥାରେ ଲକ୍ଷଲକ୍ଷ ପଦବୀ ଖାଲିପଡିଥିବାବେଳେ ସ୍ଥାୟୀ ନିଯୁକ୍ତି ପ୍ରଥା ବଦଳରେ ଫିକ୍ସଡ୍ ଟର୍ମ ଚାକିରି ଅର୍ଥାତ୍ ଏକ ବର୍ଷରୁ ୪ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ନୂଆ ଶ୍ରମ କୋଡରେ ରହିଛି । ଅପରପକ୍ଷରେ ବିଧାୟକ ଓ ସାଂସଦମାନଙ୍କ ବେତନ, ଭଭା ଓ ପେନ୍ସନ୍କୁ ବହୁ ଗୁଣରେ ବୃଦ୍ଧି କରିଥୁଲାବେଳେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀକୁ ୧୭୬ ଟଙ୍କାରେ ରଖୁବା ପାଇଁ ନୂଆ ଶ୍ରମ କୋଡରେ ଉଲ୍ଲେଖ ରହିଛି ।…

କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ସ୍ବାର୍ଥ ବିରୋଧୀ ନୀତି ଓ ସର୍ବୋପରି ଜନ ବିରୋଧୀ ନୀତିର ପରିବର୍ତ୍ତନ ନିତାନ୍ତ ଆବଶ୍ୟକ । ୪ଟି ଶ୍ରମକୋଡ଼ର ବାତିଲ, ଦେଶର ସମ୍ବିଧାନ ସୁରକ୍ଷା, କାମ କରିବା ଅଧୂକାରକୁ ମୌଳିକ ଅଧିକାର ପରିଚ୍ଛେଦଭୁକ୍ତ କରିବା, ଘରୋଇ ଆଣବିକ ଶକ୍ତି ଆକ୍ଟ ଯଥା ‘ଶାନ୍ତି’ ଆଇନ୍ର ପ୍ରତ୍ୟାହାର, ଚିଠା ସ୍ବାସ୍ଥ୍ୟ ଓ ଶିକ୍ଷା ବିଲ୍ ବାତିଲ୍, କୃଷିଜାତ ଦ୍ରବ୍ୟର ଲାଭଜନକ ମୂଲ୍ୟ, କୃଷି ଋଣଛାଡ଼, ଇନ୍ପୁଟ ସବ୍ସିଡି, ଜଙ୍ଗଲ ଅଧୁକାର ଆଇନ୍ କଡ଼ାକଡ଼ି ଲାଗୁ କରିବାକୁ ଦାବି ହୋଇଛି। ସର୍ବନିମ୍ନ ମାସିକ ୨୬,୦୦୦/- ଟଙ୍କା ମଜୁରି, ପୁରୁଣା ପେନ୍ସନ୍ ସ୍କିମ୍ ପ୍ରଚଳନ ଓ ସର୍ବନିମ୍ନ ପେନ୍ସନ୍ ମାସିକ ୯,୦୦୦/-ଟଙ୍କା, ମନରେଗା ଆଇନ୍ର ପୁନଃପ୍ରବର୍ତ୍ତନ, ବର୍ଷକୁ ୨୦୦ ଦିନ କାମର ଗ୍ୟାରେଣ୍ଟି ଓ ଦୈନିକ ୬୦୦ ଟଙ୍କା ମଜୁରୀ, ସ୍କିମ୍ ଶ୍ରମିକ ଯଥା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା, ଆଶାକର୍ମୀ, ମଧ୍ୟାହ୍ନଭୋଜନ ପାଚିକା ସହାୟିକାଙ୍କୁ ଶ୍ରମିକର ମାନ୍ୟତା, ଉଦ୍ୟାନ ସାଥୀଙ୍କୁ ବର୍ଷସାରା କାମ, ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ରାତ୍ର ଜଗୁଆଳ ଓ ସୁଇପରମାନଙ୍କୁ ସର୍ବନିମ୍ନ ମଜୁରି ପରିସରଭୁକ୍ତ କରିବା, ନିର୍ମାଣ ଶ୍ରମିକ ଆଇନକୁ କଡ଼ାକଢି ଲାଗୁ କରିବାକୁ ଦାବି କରାଯିବ। ସେପଟେ ସରକାରଙ୍କ ଓକିଲାତି କରିବାକୁ ଯାଇ ବିଜେପି କହିଛି ସରକାର ଆଦୌ ଶ୍ରମିକ ମାରଣ ନୀତି କରୁ ନାହାନ୍ତି । ପ୍ରତି ବର୍ଷ କିଛି ରାଜନୈତିକ କାମ କରିବା ନାଁରେ ବନ୍ଦ ଡାକରା ଦିଆଯାଉଛି । ବିଜେପିକୁ କର୍ପୋରେଟ ସରକାର ଭାବେ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଗୋଟେପଟେ ବଡ଼ ବଡ଼ ପୁଞ୍ଜିପତି ଟଙ୍କା ନେଇ ବିଦେଶ ଫେରାର ହୋଇ ଯାଉଥିବାବେଳେ ମଧ୍ୟବିତ୍ତ ଓ ଗରିବଙ୍କ ଉପରେ ଦରଦାମର ବୋଝ ଲଦି ଦିଆଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

Latest Posts

Don't Miss