ବଲିଉଡ ଫିଲ୍ମ ‘ଧୂରନ୍ଧର’ ଅଭିନେତା ନଦୀମ ଖାନଙ୍କୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ଖବର । ନଦୀଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କୁ ନଦୀପ ୧୦ ବର୍ଷ ଧରି ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ନଦୀମଙ୍କୁ ପୋଲିସ ଗିରଫ କରିଛି । ଗତ ୧୦ ବର୍ଷ ଧରି ନବୀମ ଉକ୍ତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ ହୋଇଛି । ଅଭିନେତାଙ୍କ ଘରେ କାମ କରୁଥିବା ମହିଳା ଏହି ଅଭିଯୋଗ ଆଣିଛନ୍ତି ।
ପୋଲିସ ମୁତାବକ, ୪୧ ବର୍ଷୀୟ ମହିଳାଙ୍କ ଅଭିଯୋଗ ଆଧାରରେ ନଦୀମ ଖାନଙ୍କୁ ଜାନୁଆରୀ ୨୨ରେ ଗିରଫ କରାଯାଇଛି । ନିକଟରେ ମୁକ୍ତିଲାଭ କରିଥିବା ’ଧୂରନ୍ଧର’ ଫିଲ୍ମରେ ନଦୀମ ଅଭିନୟ କରିଥିଲେ । ମହିଳା ଜଣଙ୍କ ଅଲଗା ଅଲଗା କଳାକାରଙ୍କ ଘରେ କାମ କରୁଥିଲେ । କିଛି ବର୍ଷ ତଳେ ସେ ନଦୀମଙ୍କ ସଂସ୍ପର୍ଶରେ ଆସିଥିଲେ ଓ ଦୁହିଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା । ଫିଲ୍ମରେ ରହମାନ ଡକାୟତ (ଅକ୍ଷୟ ଖାନା)ଙ୍କ କୁକ ଅଖଲାକ ଚରିତ୍ରରେ ନଦୀମ ଅଭିନୟ କରିଥିଲେ ।

