spot_img

Latest Posts

ବାଂଲାଦେଶୀ କ୍ରିକେଟରଙ୍କୁ କିଣି ବିବାଦରେ କିଙ୍ଗ ଖାନ ଶାହରୁଖ

ବାଂଲାଦେଶୀ କ୍ରିକେଟରଙ୍କୁ କିଣି ବିବାଦରେ କିଙ୍ଗ ଖାନ ଶାହରୁଖ । ଆଇପିଏଲ ୨୦୨୬ ପାଇଁ କେକେଆରର ସହକାରୀ ମାଲିକ ତଥା ବଲିଉଡ ଅଭିନେତା ଶାହରୁଖ ଖାନ ବିବାଦରେ ଫସିଯାଇଛନ୍ତି । ଏବେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଆଇପିଏଲର ଅନ୍ୟତମ ଫ୍ରାଞ୍ଚାଇଜ କେକେଆର ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣିଥିବାରୁ ସାରା ଦେଶରେ ପ୍ରତିକ୍ରିୟାମାନ ପ୍ରକାଶ ପାଇବାରେ ଲାଗିଛି । ଏଥିପାଇଁ ଶାହରୁଖ ଏବେ ଟାର୍ଗେଟକୁ ଚାଲିଆସିଛନ୍ତି । ଦେଶର ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ଶାହରୁଖଙ୍କୁ ଏଥିରୁ ଓହରିଯିବାକୁ ପରାମର୍ଶ ଦେଇଛନ୍ତି । ଶାହରୁଖ ଭାରତୀୟଙ୍କ ମନୋଭାବକୁ ସମ୍ମାନ ଦେବା ଉଚିତ । ଶାହରୁଖଙ୍କୁ ଯାହା ସମ୍ମାନ, ପ୍ରସିଦ୍ଧି ମିଳିଛି ତାହା ଭାରତୀୟଙ୍କ ଲାଗି ମିଳିଛି । ତେଣୁ ଶାହରୁଖ ବାଂଲାଦେଶୀ କ୍ରିକେଟରଙ୍କୁ କିଣିବା ଉଚିତ ନଥିଲା ବୋଲି ସେମାନେ ପ୍ରତିକ୍ରିୟା ରଖିଛନ୍ତି । ଏପରିକି ଏହି ଘଟଣାରେ ଶାହରୁଖଙ୍କୁ ଦେଶଦ୍ରୋହୀ, ଗଦ୍ଦାର ଓ ଆତଙ୍କବାଦୀ ବୋଲି କହିଛନ୍ତି । ତଥାକଥିତ ଧର୍ମଗୁରୁ ଦେବକୀନନ୍ଦନ ଠାକୁର ଓ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଶାହରୁଖଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶାହରୁଖ ଯାହା କରିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ତେବେ ପ୍ରଥମେ ଏହାକୁ ନେଇ ଅଙ୍ଗୁଳି ଉଠାଇଥିଲେ ବିଜେପି ନେତା ସଙ୍ଗୀତ ସୋମ । ଶାହରୁଖଙ୍କ ପରି ବ୍ଯକ୍ତି ଭାରତରେ ରହିବା ଉଚିତ ନୁହେଁ । ବାଂଲାଦେଶରେ ହିନ୍ଦୁମାନଙ୍କୁ ହତ୍ଯା କରାଯାଉଥିବାବେଳେ ତାଙ୍କ ଖେଳାଳି କିଣିବା ଗଦ୍ଦାର କାମ ବୋଲି ସେ କହିଥିଲେ । ଏଥିରେ ସ୍ବର ମିଳାଇଥିଲେ କଥାବାଚକ ଧୀରେନ୍ଦ୍ରନାଥ ଶାସ୍ତ୍ରୀ ।

ଅନ୍ୟପଟେ ଅଲ ଇଣ୍ଡିଆ ମୁସଲିମ ଜମାତର ଅଧ୍ୟକ୍ଷ ଶାହବୁଦ୍ଦିନ ରଜଭି ବରେଲିଭ ଶାହରୁଖଙ୍କୁ ସମର୍ଥନମରେ ବାହାରିଛନ୍ତି । ସେ କହିଛନ୍ତି, ଶାହରୁଖ କେବେ କେଉଁଠି ବାଂଲାଦେଶ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ସଠିକ କହିନାହାଁନ୍ତି । ତେଣୁ ତାଙ୍କୁ ଗଦ୍ଦାର, ଆତଙ୍କବାଦୀ କହିବା ଠିକ ନୁହେଁ ବୋଲି ଶାହବୁଦ୍ଦିନ କହିଛନ୍ତି । ସେହିପରି ସପା ନେତା ଜିଆ ଚୌଧୁରୀ ସଂଗୀତ ସୋମଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । କହିଛନ୍ତି, ସଂଗୀତ ଡିପ୍ରେସନକୁ ଚାଲିଯାଇଛନ୍ତି । ତୃଣମୂଳ କଂଗ୍ରେସର ଜଣେ ନେତା ଫିରହାଦ ହାକିମ ଏହା ଉପରେ ପ୍ରତିକ୍ରିୟ। ଦେଇ ପ୍ରଶ୍ନ କରିଛନ୍ତି ଯେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାରରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଯୋଗଦେବା କଣ ଦେଶଦ୍ରୋହୀ କାର୍ଯ୍ୟ ନୁହେଁ ?

Latest Posts

Don't Miss