spot_img

Latest Posts

ନୃତ୍ୟ, ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ ଉଦଯାପିତ

ସରିଲା  ନୃତ୍ୟ, ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ  । ପାଞ୍ଚ ଦିନ ଧରି ଚାଲିଥିବା ମୁକ୍ତାକାଶ ରଙ୍ଗମଞ୍ଚ ଉଦଯାପିତ ହୋଇଛି।  ଅନ୍ତିମ ସନ୍ଧ୍ୟାରେ ଓଡିଶୀ ଓ କଥକ ନୃତ୍ୟରେ ବିଭୋର ହେଲେ ଦର୍ଶକ । ପ୍ରଥମ ଉପସ୍ଥାପନ ଥିଲା  ତ୍ରିପଥଗା ବା ପବିତ୍ର ଗଙ୍ଗାନଦୀ। ଏହି ନୃତ୍ୟାଭିନୟଟିର ନୃତ୍ୟ ସଂରଚନା କରିଥିଲେ ଗୁରୁ ରମେଶ ଚନ୍ଦ୍ର ଜେନା ଓ ଆରତୀ କର । ତାଙ୍କର ପରବର୍ତ୍ତୀ ପ୍ରସ୍ତୁତି ଥିଲା ନିୟତି । କୋଣାର୍କ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ସଞ୍ଜୁକ୍ତା ସିହ୍ନା ଓ ତାଙ୍କ ଡ୍ୟାନ୍ସ କମ୍ପାନୀର  ଶିଳ୍ପୀବୃନ୍ଦଙ୍କ ଦ୍ଵାରା କଥକ ନୃତ୍ୟ ପରିବେଷଣ ହୋଇଥିଲା । ଯାହାକୁ ମନଭରି ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକ। ୩୬ତମ କୋଣାର୍କ ଉତ୍ସବର ଶେଷ ସନ୍ଧ୍ୟାରେ ରାଜ୍ୟପାଳ ହରିବାବୁ କମ୍ଭମପତି ଉପସ୍ଥିତ ଥିଲେ।

ସେହିଭଳି ଚନ୍ଦ୍ରଭାଗା ସ୍ଵର୍ଣ୍ଣାଭ ବେଳାଭୂମିରେ ପାଞ୍ଚ ଦିନ ଧରି ଚାଲିଥିବା ୧୫ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଉଦଯାପିତ ହୋଇଛି। ଶିଳ୍ପୀଙ୍କ ହାତରେ ବାଲି ମାଧ୍ୟମରେ ପ୍ରସ୍ତୁତ ଚିତ୍ରକଳା  ଦର୍ଶକଙ୍କୁ ବିମୋହିତ କରିଥିଲା । ଅନ୍ତିମ ଦିନରେ ଆତ୍ମ ନିର୍ଭରଶୀଳ ଓ ବିକଶିତ ଭାରତ ଥିମ ରହିଥିଲା । ବାଲୁକା ଉତ୍ସବକୁ ଦେଖିବାକୁ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ହୋଇଥିବା ବେଳେ ରାଜ୍ୟପାଳ ବାଲୁକା କଳା ବୁଲି ଦେଖିଥିଲେ। ଏହି ବାଲୁକା କଳାରେ ଦେଶ ବିଦେଶ ସମେତ ରାଜ୍ୟର କୋଣ ଅନୁକୋଣରୁ ୧୪୦ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଥିଲେ। ସୂର୍ଯ୍ୟମନ୍ଦିର ପାଦ ଦେଶରେ ଏକ ମନୋରମ ପରିବେଶ ସାଙ୍ଗକୁ ନୃତ୍ୟ ଓ ସଂଙ୍ଗୀତରେ ରଙ୍ଗମୟ ହୋଇଥିଲା ମୁକ୍ତାକାଶ ରଙ୍ଗମଞ୍ଚ ।

Latest Posts

Don't Miss