spot_img

Latest Posts

ରାଜୀବ ଗାନ୍ଧୀଙ୍କ ସହ ପ୍ରଥମ ଦେଖାର କାହାଣୀ ବଖାଣିଲେ ସୋନିଆ: ‘ଏକ୍ସ’ରେ କଲେ ପ୍ରଥମ ପୋଷ୍ଟ

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିବା  ପରେ ଆଜି ‘ଏକ୍ସ’ରେ ପ୍ରଥମ ଥର ପୋଷ୍ଟ କରିଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଶନିବାର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତାଙ୍କ ପ୍ରେମ କାହାଣୀ ବଖାଣିଛନ୍ତି ସୋନିଆ । ଫଟୋ ସବୁ ଦେଖି ନିଜ ପୁରୁଣା ଦିନର ସ୍ମୃତିକୁ ତାଜା କରିଛନ୍ତି ସୋନିଆ ।

ସୋସିଆଲ ମିଡ଼ିଆରେ ସେୟାର ହୋଇଥିବା ଏହି ଭିଡ଼ିଓଟି ସୋନିଆ ପୁସ୍ତକର ପୃଷ୍ଠା ଓଲଟାଇବା ସହ ଆରମ୍ଭ ହେଉଛି । ଏହା ପରେ ସୋନିଆ କହୁଛନ୍ତି ଅବଶ୍ୟ, ‘ସେ ବହୁତ ସୁନ୍ଦର ଥିଲେ । କେମ୍ବ୍ରିଜର ଏକ ଗ୍ରୀକ୍ ରେଷ୍ଟୁରାଣ୍ଟରେ ଆମର ପ୍ରଥମ ଦେଖା । ଜଣେ ବନ୍ଧୁଙ୍କ ଜରିଆରେ ସେ ପରସ୍ପରକୁ ଭେଟି ଥିଲେ । ସେ କହିଛନ୍ତି, ପ୍ରଥମ ଥର ଭେଟିବା ପରେ ଉଭୟ ଅନୁଭବ କରିଥିଲେ ଯେ ସେମାନେ ପରସ୍ପର ପାଇଁ ତିଆରି ହୋଇଛନ୍ତି । ବନ୍ଧୁତା ହେବା ପରେ ସେମାନେ ଏକାଠି ପାର୍ଟିକୁ ଯିବା ବୁଲାବୁଲି କରିବା ଏମିତି କି ସାଙ୍ଗ ହୋଇ ଭାଲେଣ୍ଟାଇନ୍ସ ପାର୍ଟି ମଧ୍ୟ ଯାଇଥିଲେ । ରାଜୀବ ଗାନ୍ଧୀଙ୍କ ସୁନ୍ଦର ବ୍ୟକ୍ତିତ୍ୱକୁ ମନେ ପକାଇ, ସୋନିଆ ଗାନ୍ଧୀ କହିଛନ୍ତି, ସେ ସୁନ୍ଦର ଥିଲେ ଓ ତାଙ୍କ ମଧ୍ୟରେ ଶାଳୀନତା ତଥା ଭଦ୍ରତାର ଏକ ବିଶେଷ ଭାବନା ମଧ୍ୟ ଥିଲା। ରାଜୀବ ଗାନ୍ଧୀଙ୍କ ଏହି ଗୁଣ ତାଙ୍କୁ ପ୍ରଭାବିତ କରିଥିଲା। ମୁଁ ଆମର ପ୍ରଥମ ସାକ୍ଷାତକୁ କେବେ ଭୁଲି ପାରିବି ନାହିଁ ‘। ସୋନିଆ ଗାନ୍ଧୀ ଯେଉଁ ସ୍ଥାନ ବିଷୟରେ ଉଲ୍ଲେଖ କରିଛନ୍ତି ତାହାକୁ ‘ଭର୍ସିଟି ରେଷ୍ଟୁରାଣ୍ଟ’ କୁହାଯାଏ। କେମ୍ବ୍ରିଜର ଏହି ଗ୍ରୀକ୍ ରେଷ୍ଟୁରାଣ୍ଟ ୟୁରୋପୀୟ ଏବଂ ଭାରତୀୟ ଛାତ୍ରମାନଙ୍କ ପାଇଁ ଏକ ଲୋକପ୍ରିୟ ସ୍ଥାନ ଥିଲା।

ପ୍ରକାଶ ଥାଉ କି, ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିବା ପରେ ସୋନିଆ ଦଳର ଅଫିସିଆଲ ପେଜ୍ ସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଫଲୋ କରିଥିଲେ । ସୋନିଆ ଇନଷ୍ଟାଗ୍ରାମର ପ୍ରଥମ ପୋଷ୍ଟରେ ତାଙ୍କ ବହିର ଏକ ଝଲକ ସେୟାର କରି କହିଥିଲେ ଯେ, ‘ଏହି ବିଶେଷ ମୁହୂର୍ତ୍ତକୁ ସମସ୍ତଙ୍କ ସହିତ ସେୟାର କରୁଥିବାରୁ ଅତ୍ୟନ୍ତ କୃତଜ୍ଞ । ସମସ୍ତଙ୍କୁ ନମସ୍କାର । ମୁଁ ଆପଣ ସମସ୍ତଙ୍କ ସହିତ ବିଲଙ୍ଗିଂ: ଏ ଜର୍ନି ଅଫ୍ ଲଭ୍’’ ର ପ୍ରଥମ ଝଲକ ସେୟାର କରିଥିବାରୁ ଖୁବ କୃତଜ୍ଞ । ଏହାସହ ପୁସ୍ତକର ବିଷୟବସ୍ତୁକୁ ଉଲ୍ଲେଖ କରି ସୋନିଆ ଗାନ୍ଧୀ କହିଥିଲେ ଯେ, ସେ ପାଠକମାନଙ୍କୁ ତାଙ୍କ ପୁସ୍ତକ ଭେଟିଦେବାକୁ ଖୁବ ଉତ୍ସାହିତ ଅଛନ୍ତି’ ।

ସୋନିଆଙ୍କର ଏହି ପୁସ୍ତକରେ ତାଙ୍କ ବ୍ୟକ୍ତିଗତ ଅଭିଜ୍ଞତା, ସମ୍ପର୍କ ଓ ଜୀବନଯାତ୍ରାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି । ଇଟାଲୀରେ ବିତିଥିବା ତାଙ୍କର ପିଲାଦିନ ଠାରୁ ଆରମ୍ଭ କରି କେମ୍ବ୍ରିଜରେ ରାଜୀବ ଗାନ୍ଧୀଙ୍କ ସହ ଦେଖା ହେବା ପର୍ଯ୍ୟନ୍ତ ସବୁକିଛି ବହିରେ ସ୍ଥାନ ପାଇଛି । କେବଳ ସେତିକି ନୁହେଁ, ଏଥିରେ ନେହରୁ-ଗାନ୍ଧୀ ପରିବାରେ ବିବାହ ଓ ପରିବାରରେ ହୋଇଥିବା ହତ୍ୟା ପରର ପରିବର୍ତ୍ତିତ ଜୀବନ ବିଷୟରେ ମଧ୍ୟ ଲେଖାଯାଇଛି । ଯାହା ନଭେମ୍ବର ୧୦ରେ ପ୍ରକାଶିତ ହେବ ।

 

 

Latest Posts

Don't Miss