spot_img

Latest Posts

କଟକ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ପାଇଁ ବଢୁଛି କ୍ରେଜ୍: ଆସନ୍ତାକାଲି କାଉଣ୍ଟରରେ ମିଳିବ ଟିକେଟ

କଟକ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ପାଇଁ ବଢୁଛି କ୍ରେଜ୍ । ଆସନ୍ତାକାଲି କାଉଣ୍ଟରରେ ମିଳିବ ଟିକେଟ । ୬ଟି କାଉଣ୍ଟରରେ ବିକ୍ରିହେବ ୧୦ ହଜାର ଟିକେଟ୍ । ଜଣକା ଦୁଇଟି ଟିକେଟ ନେବାକୁ ଅନୁମତି । ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ । ସ୍ଥିତି ଅନୁଧ୍ୟାନ କଲେ ଅଗ୍ନିଶମ ବାହିନୀର ଟିମ୍ । କଟକ ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ ତାରିଖରେ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଏଥିପାଇଁ କାଲି କାଉଣ୍ଟରରେ ମିଳିବ ଟିକେଟ୍ । ଗତବର୍ଷର ଭିଡ଼ ଓ ଗଣ୍ଡଗୋଳକୁ ଦୃଷ୍ଟିର ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ୬ଟି କାଉଣ୍ଟର ଆଗରେ ନିର୍ମାଣ ହୋଇଛି ଲୁହା ବ୍ୟାରିକେଡ୍ । ଦର୍ଶକ ଧାଡ଼ିରେ ଆସି ନିଜର ପରିଚୟପତ୍ର ଦେଖାଇ ଜଣକା ଦୁଇଟି ଟିକେଟ କିଣି ପାରିବେ । ସିସିଟିଭିରେ ନଜର ରଖିବ ପୋଲିସ । ସେପଟେ ଟିକେଟ ଟିଏ ପାଇବା ପାଇଁ ଦର୍ଶକ ଆଜିଠୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ମ୍ୟାଚ ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ । ଏଥିପାଇଁ ଡିସିପିଙ୍କ ଅଧ୍ୟକ୍ଷତାରେ ଷ୍ଟାଡିୟମ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଖେଳାଙ୍କ ସୁରକ୍ଷା, ଅଭ୍ୟାସ ମ୍ୟାଚ ପାଇଁ ଭୁବନେଶ୍ବରୁ କିପରି ଖେଳାଳି ଆସିବେ, ସେନେଇ ଟିମକୁ ସତର୍କ କରିଛନ୍ତି ଡିସିପି । ଅନ୍ୟପକ୍ଷରେ ଫାୟାର ସର୍ଭିସର ବରିଷ୍ଠ ଅଧିକାରୀ ଓ ଟିମ ଷ୍ଟାଡିୟମ ବୁଲି ନିରାପତ୍ତାର ସବୁ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଆଗ୍ନିକମାନେ ସଜାଗ ଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ ।

୭ ତାରିଖରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ଭୁବନେଶ୍ୱରରେ ପହଞ୍ଚିବେ । ୮ ତାରିଖରେ ଉଭୟ ଦଳ ଅଭ୍ୟାସ ପାଇଁ କଟକ ଆସିବେ । ପ୍ରଥମେ ଭାରତ ଏବଂ ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକା ଟିମ୍ ଅଭ୍ୟାସ କରିବେ । ଏହାକୁ ଦେଖିବା ଲାଗି ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯିବ ।

Latest Posts

Don't Miss