spot_img

Latest Posts

ଭୋଟ ଚୋରିକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପୁଣି ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: ଭୋଟ ଚୋରିକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପୁଣି ଟାର୍ଗେଟ। ଭାରତୀୟ ନିର୍ବାଚନ କମିଶନଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କହିଛନ୍ତି ଭୋଟ ଚୋରିକୁ ଲୁଚାଇବାକୁ କରାଯାଉଛି ଭୋଟର ସଂଶୋଧନ ପ୍ରକ୍ରିୟା SIR। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ମଧ୍ୟ ହୋଇଛି ଭୋଟ ଚୋରି। ଆଉ ଭୋଟ ଚୋରିକୁ ବୈଧ ସାବ୍ୟସ୍ତ କରିବାକୁ ଏହି SIR କରାଯାଉଛି ବୋଲି କହିଛନ୍ତି ରାହୁଲ। ଗଣତନ୍ତ୍ର ଓ ସମ୍ବିଧାନ ଉପରେ ହେଉଛି ଆକ୍ରମଣ। କଂଗ୍ରେସର ମୁଖ୍ୟ ପ୍ରସଙ୍ଗ ହେଉଛି ଭୋଟ ଚୋରି। ଏହାକୁ ନେଇ ଆହୁରି ଅନେକ ପ୍ରମାଣ ଅଛି। ଯାହାକୁ ଧିରେ ଧିରେ ପ୍ରଦାନ କରିବୁ ବୋଲି କହିଛନ୍ତି ରାହୁଲ। ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। ଆମ୍ବେଦକରଙ୍କ ସମ୍ବିଧାନ ଉପରେ ମଧ୍ୟ ଆକ୍ରମଣ ହେଉଛି। ଏହା ଯୋଗୁଁ ଦେଶ ବହୁତ କ୍ଷତି ପାଉଛି। ଭାରତ ମାତାଙ୍କୁ କ୍ଷତି ପହଞ୍ଚୁଛି ବୋଲି କହିଛନ୍ତି ରାହୁଲ।ମଧ୍ୟପ୍ରଦେଶ ପଞ୍ଚମାଢିରେ କଂଗ୍ରେସ ସଭାପତିଙ୍କ ତାଲିମ ଶିବିରରେ ଅଂଶଗ୍ରହଣ କରିବା ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଏହା କହିଛନ୍ତି ରାହୁଲ। ନିର୍ବାଚନ କମିଶନଙ୍କ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ନେଇ SIR ପ୍ରକ୍ରିୟା ଗତ ୪ ତାରିଖରେ ନଅଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହୋଇଛି

Latest Posts

Don't Miss