ଝାରସୁଗୁଡାରେ ମୋଦି ; ୬୦ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦଘାଟନ

1 min read

ନନ୍ଦିଘୋଷ ବ୍ୟୁରୋ: ସେବାପର୍ବ ୨୦୨୫ ପରିପ୍ରେକ୍ଷୀରେ ଝାରସୁଗୁଡାରେ ଆୟୋଜିତ ସେବା ପର୍ବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡା ଅମଲିପାଲିଠାରେ ଆୟୋଜିତ ସମାବେଶରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ମୋଟ ୬୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଏଥିରେ ରହିଛି। ଦୂରସଞ୍ଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ଗ୍ରାମୀଣ ଗୃହ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।

ପ୍ରାୟ ୩୭ ଜଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ୯୭ ହଜାର ୫୦୦ରୁ ଅଧିକ ମୋବାଇଲ୍ 4-ଜି ଟାୱାରକୁ ଉଦଘାଟନ କରିଛନ୍ତି ମୋଦି। ଝାରସୁଗୁଡ଼ା ସମାବେଶରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଓଡ଼ିଶାର କଳା ଓ ସଂସ୍କୃତର ଭୁରି ଭୁରି ପ୍ରଶଂସା କରିଥିଲେ ପିଏମ। ଓଡ଼ିଶାର କଳା ବିଶ୍ଵପ୍ରସିଦ୍ଧ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ନୂଆ ସଂକଳ୍ପର ସହ ଆଗକୁ ବଢିବାକୁ ପଣ କରିଛି ଓଡ଼ିଶା। ଏହି ସଂକଳ୍ପ ଥିଲା ବିକଶିତ ଓଡ଼ିଶା। ଆଉ ଓଡ଼ିଶା ଏବେ ଡବଲ ଇଂଜିନ ଗତିରେ ବଢ଼ିବାରେ ଲାଗିଛି। ଗରିବ, ଦଳିତଙ୍କୁ ସଶକ୍ତ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ସେମାନଙ୍କୁ ମୌଳିକ ସୁବିଧା ଉପଲବ୍ଧ କରାଇବା ମୂଳ ଲକ୍ଷ୍ୟ। ଅନ୍ତୋଦୟ ଗୃହ ଯୋଜନାରେ ସ୍ଵୀକୃତି ପତ୍ର ବଣ୍ଟନ କରିଥିଲେ ମୋଦି। ୫୦ ହଜାର ପରିବାରଙ୍କୁ ନୂଆ ଘର ସ୍ଵୀକୃତି ପତ୍ର ବଣ୍ଟନ କରିଛନ୍ତି ମୋଦି। ପିଏମ ଜନ ମନ ଯୋଜନାରେ ଆଦିବାସୀ ପରିବାରକୁ ଘର ବଣ୍ଟନ କରାଯାଇଛି। ଏହି ଯୋଜନାରେ ଓଡ଼ିଶାରେ ୪୦ ହଜାର ହିତାଧିକାରୀ ପାଇବେ ଘର। ପ୍ରକୃତିରେ ଓଡି଼ଶାକୁ ବହୁତ କିଛି ଦେଇଛି। ଆଗାମୀ ଦଶନ୍ଧୀ ଓଡ଼ିଶାକୁ ସମୃଦ୍ଧି ଆଡ଼କୁ ନେଇଯିବ। ଏଥିଲାଗି ସରକାର ଅନେକ ବଡ଼ ପ୍ରକଳ୍ପ ଓଡ଼ିଶାକୁ ଆଣୁଛନ୍ତି । ଓଡ଼ିଶାରେ ୨ ସେମିକଣ୍ଡକ୍ଟର ପାର୍କ ନିର୍ମାଣ ହେବାକୁ ଯାଉଛି। ଓଡ଼ିଶାରେ ନିର୍ମିତ ହେବ ସେମିକଣ୍ଡକ୍ଟର ଚିପ୍। ଚିପ୍ ଠାରୁ ଆରମ୍ଭ କରି ସିପ୍ ପର୍ଯ୍ୟନ୍ତ ଭାରତ ଆତ୍ମନିର୍ଭର ହେବ। ସବୁ କ୍ଷେତ୍ରରେ ଆମେ ଆତ୍ମନିର୍ଭର ହେବା ଆବଶ୍ୟକ। ପାରାଦୀପ ଠାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଶିଳ୍ପକ୍ଷେତ୍ର ନିର୍ମାଣ ହେବ।

ଓଡ଼ିଶାର ଯୁବକଙ୍କୁ ରୋଜଗାର ସୁଯୋଗ ମିଳିବ। ବିଶ୍ଵର ସର୍ବଶ୍ରେଷ୍ଠ ୫ ଦେଶ ମଧ୍ୟରେ ସ୍ଥାନ ପାଇଛି ଭାରତ। ସ୍ଵଦେଶୀ ଜ୍ଞାନକୌଶଳରେ 4G ନେଟୱର୍କ ସ୍ଥାପନ କରିପାରିଛି। ଭାରତ ଗ୍ଲୋବାଲ ଟେଲିକମ ମ୍ୟାନୁଫାକ୍ଚରିଂ ହବ ହେବାକୁ ଯାଉଛି। ଦେଶରେ ୨ କୋଟିରୁ ଅଧିକ ଲୋକଙ୍କୁ ଏହାର ଲାଭ ମିଳିବ।
୩୦ ହଜାରରୁ ଅଧିକ ଗାଁରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ପହଞ୍ଚିଛି। ଏହାର ସବୁଠାରୁ ଅଧିକ ଲାଭ ଆଦିବାସୀ କ୍ଷେତ୍ରକୁ ମିଳିବ। ଦୁର୍ଗମ ଅଂଚଳରେ ମଧ୍ୟ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇପାରିଛି।