ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା। ସ୍ୱାମୀକୁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ । ସୁନ୍ଦରଗଡ଼ ଟାଉନ ଥାନା ହରିଓଁ କଲୋନୀରେ ଘଟିଛି ହତ୍ୟାକାଣ୍ଡ । ପାରିବାରିକ କହଳକୁ ନେଇ ଗତକାଲି ରାତିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡା ପରେ ସ୍ବାମୀ ଧ୍ରୁବ କେରକେଟାକୁ ତଣ୍ଟି ଚିପି ହତ୍ୟା କରିଛି ସ୍ତ୍ରୀ । ନିଜେ ମେଡିକାଲ ଯାଇ ଘଟଣାକୁ ଅନ୍ୟମୋଡ଼ ଦେବା ପାଇଁ ଯୋଜନା କରିଥିଲା ସ୍ତ୍ରୀ । ସନ୍ଦେହ ବଢ଼ିବାରୁ ପୋଲିସକୁ ଖବର ଦେଇଥିଲେ ମେଡିକାଲ କର୍ମଚାରୀ । ହତ୍ୟାକରୀ ସ୍ତ୍ରୀ ଉର୍ମିଳା କେରକେଟାକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।