spot_img

Latest Posts

ରାଜ୍ୟ କଂଗ୍ରେସ ନେତାଙ୍କୁ AICCର ନିର୍ଦ୍ଦେଶନାମା, ତୃଳମୃଳ ସ୍ତରରୁ ଦଳକୁ ସୁଦୃଢ କର

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର କଂଗ୍ରେସ ନେତାଙ୍କ ପାଇଁ ଏଆଇସିସିର ନିର୍ଦ୍ଦେଶନାମା। ଦୁଇ ମାସରେ ଏଜେଣ୍ଡା ପ୍ରସ୍ତୁତ କରି ତୃଣମୂଳ ସ୍ତରରେ କାର୍ଯ୍ୟକ୍ରମ କର। ପଦଯାତ୍ରା ସହ ପଥପାନ୍ତ ସଭା କରିବା ପାଇଁ ନିର୍ଦ୍ଦେଶ। କଂଗ୍ରେସ ଦଳର କର୍ମୀ ପ୍ରତ୍ୟେକ ଦିନ କ’ଣ କାର୍ଯ୍ୟକ୍ରମ କରିବେ ତାହା ଏଆଇସିସି ସମୀକ୍ଷା କରିବ। କଂଗ୍ରେସ ସଂଗଠନକୁ ସକ୍ରିୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର୍ ଜ୍ଞାନେଶ କୁମାର କିପରି ଭୋଟ ଚୋରି କରିଛନ୍ତି, ସେନେଇ ସମସ୍ତଙ୍କୁ ବୁଝାଇବେ କଂଗ୍ରେସ କର୍ମୀ। ବହି ତ୍ରୁଟି ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ କାହିଁକି ଇସ୍ତଫା ଦେବା ଆବଶ୍ୟକ, ତାହା ବି ବୁଝାଇବେ। MMDR ରେ ଓଡ଼ିଶାରେ କେତେ କ୍ଷତି ହେବ, କେମିତି କ୍ଷତି ହେବ, ଏହା କାହିଁକି ପ୍ରତ୍ୟାହାର ହେବା ଉଚିତ, ତାହା ବି ଲୋକଙ୍କୁ ବୁଝାଇବେ କଂଗ୍ରେସ କର୍ମୀ। ସେହି ଅନୁସାରେ ଓଡିଶା କଂଗ୍ରେସ କାମ ଆରମ୍ଭ କରିଛି। ଏ ନେଇ ଦଳର ସମସ୍ତ ବିଧାୟକ, ସାଂସଦ, ପିସିସି କର୍ମକର୍ତ୍ତା, ନେତାଙ୍କୁ ଚିଠି ଲେଖାଯାଇଛି। ଭୋଟ ବଞ୍ଚାଅ ଦେଶ ବଞ୍ଚାଅ ଆନ୍ଦୋଳନ ୨ ମାସ ଧରି କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ।

Latest Posts

Don't Miss