spot_img

Latest Posts

ପଲଟିଗଲେ ଟ୍ରମ୍ପ: ଆମେରିକାରୁ ତୁରନ୍ତ ୩ ଲକ୍ଷ ଟନ୍ ଡିଜେଲ୍ ଦେବ ଋଷ

 ଆମେରିକାରୁ ତୁରନ୍ତ ୩ ଲକ୍ଷ ଟନ୍ ଡିଜେଲ୍ ଦେବ ଋଷ

ନନ୍ଦିଘୋଷ ବ୍ୟୁରୋ: ରୁଷ ସହ କାରବାର କରୁଥିବା ଦେଶଙ୍କ ଉପରେ ଶୁଳ୍କ ଲାଗୁ କରୁଥିବା ଆମେରିକା ଏବେ ୟୁଟର୍ଣ୍ଣ ନେଇଛି। ଆମେରିକା ଅନ୍ୟକୁ ନାଲି ଆଖି ଦେଖାଇ ଏବେ ନିଜେ ବାରଣ କରିଥିବା କାମ କରୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷର ଡିଜେଲ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି । ଯାହା ଏପ୍ରିଲ ୨୦୨୭ ପର୍ଯ୍ୟନ୍ତ ବଳବତ୍ତର ରହିବ । ଋଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପରେ ଶୁକ୍ରବାର ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ଏହି ଘୋଷଣା ଏପରି ସମୟରେ ଆସିଛି ଯେତେବେଳେ ଋଷର ତୈଳ ଏବଂ ଗ୍ୟାସର ପ୍ରମୁଖ କ୍ରେତାମାନଙ୍କ ଉପରେ ଭାରୀ ଶୁଳ୍କ ଲାଗୁ କରିବାକୁ ଆମେରିକାରେ ଏକ ଆଇନ ପ୍ରୟୋଗ କରାଯାଉଛି । ଯାହାଫଳରେ ଏଣିକି ଆମେରିକାକୁ ଡିଜେଲ ଯୋଗାଇବ ଋଷ । ଆଉ ପୁଟିନ୍ ଏଥିରେ ରାଜି ହୋଇଥିବା କହିଛନ୍ତି ଟ୍ରମ୍ପ । ଟ୍ରମ୍ପ୍ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ କହିଛନ୍ତି,ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମୋର ଏକ ଫଳପ୍ରଦ ଆଲୋଚନା ହୋଇଥିଲା,ଯେଉଁଥିରେ ଋଷ ତୁରନ୍ତ ଆମେରିକା ଏବଂ ବିଶ୍ୱ ବଜାରକୁ ୩,୦୦,୦୦୦ ଟନ୍ ରୁ ଅଧିକ ଡିଜେଲ୍ ଯୋଗାଇବ ବୋଲି ସହମତ ହୋଇଛି । ସେ କହିଛନ୍ତି ଯେ, ନଭେମ୍ବରରେ ଋଷ ଅତିରିକ୍ତ ୫ ଲକ୍ଷ ଟନ୍ ଡିଜେଲ ଯୋଗାଇବ। ଏହାପରେ ତୁରନ୍ତ ଆଉ ୧୦ ଲକ୍ଷ ଟନ୍ ଡିଜେଲ ଯୋଗାଇ ଦିଆଯିବ । ଏହା ବ୍ୟତୀତ ଋଷର ଡିଜେଲ ରିଫାଇନାରୀର ସ୍ଥିତିକୁ ବିଚାରକୁ ନେଇ ସେ ଅଳ୍ପ ସମୟ ମଧ୍ୟରେ ୩୦ ଲକ୍ଷ ଟନ୍ ଡିଜେଲ ଇନ୍ଧନ ଯୋଗାଇବେ ବୋଲି ଟ୍ରମ୍ପ କହିଛନ୍ତି ।

ଉଚ୍ଚ ଇନ୍ଧନ ମୂଲ୍ୟ ସହ ଆମେରିକାର ସଂଘର୍ଷ

ଇରାନ ସହ ଯୁଦ୍ଧ ମଧ୍ୟରେ ଆମେରିକା ଉଚ୍ଚ ଇନ୍ଧନ ମୂଲ୍ୟ ସହିତ ସଂଘର୍ଷ କରୁଥିବା ବେଳେ ଏହି ଘୋଷଣା କରାଯାଇଛି । ନଭେମ୍ବର ୩ରେ ହେବାକୁ ଥିବା ମଧ୍ୟବର୍ତ୍ତୀ ନିର୍ବାଚନରେ ଏହି ପ୍ରସଙ୍ଗ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଏହି ସମୟରେ, ଆମେରିକାର ଟ୍ରେଜେରୀ ବିଭାଗ କହିଛି ଯେ, ଋଷର ଡିଜେଲ ବିକ୍ରୟ ଉପରେ ପ୍ରତିବନ୍ଧକ ଏପ୍ରିଲ୍ ୨୦୨୭ ପର୍ଯ୍ୟନ୍ତ ହଟାଇ ଦିଆଯାଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ଏବଂ ଆମେରିକା ଏବଂ ବିଶ୍ୱ ବଜାରକୁ ଡିଜେଲ ଯୋଗାଣ ପାଇଁ ଚୁକ୍ତିନାମା ହେବାର କିଛି ମିନିଟ୍ ପରେ ଆମେରିକାର ଟ୍ରେଜେରୀ ବିଭାଗ ଏହି ଘୋଷଣା କରିଛି ଏବଂ ଏପ୍ରିଲ ୨୦୨୭ ପର୍ଯ୍ୟନ୍ତ ବିଶ୍ୱ ବଜାରରେ ରୁଷିଆନ ଡିଜେଲ ପହଞ୍ଚିବା ପାଇଁ ଏକ ଅସ୍ଥାୟୀ ଲାଇସେନ୍ସ ଜାରି କରିଛି।

ସେପଟେ ପୁଟିନଙ୍କ ସହ ଏହି ଚୁକ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ କ୍ରୋଧିତ କରିଛି। ସେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ଯୁଦ୍ଧରେ ନିବେଶ ବୋଲି କହିଛନ୍ତି। ଏହି ନିଷ୍ପତ୍ତି ୟୁକ୍ରେନ ଏବଂ ଅନ୍ୟ ସହଯୋଗୀଙ୍କ ପ୍ରତି ଏକ ବଡ଼ ଅନ୍ୟାୟ। କାରଣ ପେଟ୍ରୋଲିୟମ ଉତ୍ପାଦ ବିକ୍ରୟକୁ ଅନୁମତି ଦେବା ଦ୍ୱାରା ମସ୍କୋକୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଜାରି ରଖିବା ପାଇଁ ଅତିରିକ୍ତ ପାଣ୍ଠି ମିଳିବ।

Latest Posts

Don't Miss