ବାଲେଶ୍ବର ଜିଲ୍ଲାରେ ବନ୍ୟାସ୍ଥିତି, ସୁବର୍ଣ୍ଣରେଖା ଓ ଜଳକାର ବନ୍ୟାଜଳ ପ୍ରଭାବିତ

ନନ୍ଦିଘୋଷ ବ୍ୟୁରୋ: ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀରେ ତୃତୀୟ ବନ୍ୟା। ଆଖୁଆପଦା ଓ ଯାଜପୁର ଏବଂ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ଯାଜପୁର ବ୍ଲକ ସିମିଳିଆ ମୁଖ୍ୟ ରାସ୍ତା ଉପରେ ଚାଲିଛି ୩ଫୁଟ ବନ୍ୟାଜଳ। ୮ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଦଶରଥପୁର ବ୍ଲକରେ ବୈତରଣୀ ଓ କାଣୀ ନଦୀରେ ଜଳସ୍ତର ବଢିବା ଯୋଗୁ ଦଶରଥପୁର ଅଞ୍ଚଳରେ ସ୍ଥିତି ସଙ୍କଟାପନ୍ନ ହୋଇଛି ।

ବନ୍ୟା ଆଣିଲା ଉପର ମୁଣ୍ଡରେ ପ୍ରବଳ ବର୍ଷା । ଉଛୁଳିଲା ବୈତରଣୀ । ଆଖୁଆପଦା ଓ ଯାଜପୁର ଏବଂ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ବର୍ତ୍ତମାନ ୧୮.୩୭ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ସେହିଭଳି ବଲ୍ଲଭୀଘାଟରେ ବିପଦ ସଂକେତ ୧୩.୩୪ ମିଟର ଥିବାବେଳେ ବର୍ତ୍ତମାନ ୧୩.୯୭ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଅନ୍ୟପଟେ ଯାଜପୁର ବ୍ଲକ ସିମିଳିଆ ମୁଖ୍ୟ ରାସ୍ତା ଉପରେ ଚାଲିଛି ୩ଫୁଟ ବନ୍ୟାଜଳ। ୮ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଶାସନ ଏଯାଏ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଦଶରଥପୁରରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବନ୍ୟାଜଳ ବଢିବା ଯୋଗୁ କସପା ଅଞ୍ଚଳର ବିଭିନ୍ନ ସ୍ଥାନରେ ଘଳିଆ ପଡ଼ି ଗାଁକୁ ପସିଛି ପାଣି। ପ୍ରଶାସନର ଅବହେଳା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଜେଡି ଉପସଭାପତି ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାଶ  । ଅସୁସ୍ଥ ଥିବା ସତ୍ତ୍ବେ ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚି ଦୁଃଖସୁଖ ବୁଝିଲେ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବୈତରଣୀ ଓ କାଣୀ ନଦୀରେ ଜଳସ୍ତର ବଢିବା ଯୋଗୁ ଦଶରଥପୁର ଅଞ୍ଚଳରେ ସ୍ଥିତି ସଙ୍କଟାପନ୍ନ ହୋଇଛି । ଜଇଁନ୍ତରା, କଣ୍ଟାପଡା, ଦତ୍ତପୁର, କସପା, ମାରଡ଼ିହି ଆଦି ଅଞ୍ଚଳରେ ସ୍ଥିତି ସଂଗୀନ ରହିଛି ।  ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଲୋକଙ୍କ ସୁରକ୍ଷା ପାଇଁ ଆବଶକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ପ୍ରଣବ। ବନ୍ୟା ବିପନ୍ନଙ୍କୁ ତୁରନ୍ତ ଉଦ୍ଧାର ସହ କ୍ଷତିପୂରଣ ଦେବରକୁ  ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ଆସନ୍ତା କାଲିଠୁ ବର୍ଷା କମିବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।