ଆଉଟସୋର୍ସିଂ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ନେଇ ପୁଣି ସମୟ ମାଗିଲେ ସରକାର

ଭୁବନେଶ୍ବର: ଆଉଟସୋର୍ସିଂ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ନେଇ ପୁଣି ସମୟ ମାଗିଲେ ସରକାର । ଆଜି ବିଧାନସଭା ପ୍ରକୋଷ୍ଠରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ୧୦ ଜଣିଆ ପ୍ରତିନିଧିଙ୍କ ସହ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଲୋଚନା କରିଛନ୍ତି । ପ୍ରାୟ ଦେଢ଼ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଛଟେଇ ବନ୍ଦ କରିବାକୁ ସରକାର ମହାସଂଘକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହିତ ସ୍ଥାୟୀ ନିଯୁକ୍ତି ନେଇ ସରକାର ବିଭିନ୍ନ ଦିଗକୁ ଅନୁଧ୍ୟାନ କରୁଥୁବା ପ୍ରତିନିଧିମଣ୍ଡଳୀ ସଦସ୍ୟଙ୍କୁ ଜଣାଇଥିବା କହିଛନ୍ତି ମହାସଂଘ ଅଧ୍ୟକ୍ଷ । ଆଉଟସୋର୍ସିଂ କର୍ମଚାରୀଙ୍କ ଦାବି ପୂରଣ ନେଇ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଏଣିକି ନିୟମିତ ଭାବେ କମିଟି ମହାସଂଘ ସହ କର୍ମଚାରୀଙ୍କ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିବ । ଆଲୋଚନା ପରେ ସ୍ଥାୟୀ ନିଯୁକ୍ତି ଦେବା ନେଇ ସରକାର ପ୍ରତିଶ୍ରୁତି ଦେଇଥିବା ମହାସଂଘ କହିଛି । ଗତ ୨୬ ତାରିଖରୁ ସାରା ରାଜ୍ୟରୁ ହଜାର ହଜାର କର୍ମଚାରୀ ଆନ୍ଦୋଳନରୁ ଓହ୍ଲାଇଥିଲେ ।..