ନବ ଦାସ ହତ୍ୟାକାଣ୍ଡ ମାମଲାରେ ମୁହଁ ଖୋଲିଲେ ପୁଅ ବିଶାଲ ଓ ଝିଅ ଦୀପାଳି

ନନ୍ଦିଘୋଷ ବ୍ୟୁରୋ: ନବ ଦାସ ହତ୍ୟାକାଣ୍ଡ ସମ୍ପର୍କରେ ପରିବାର କାହିଁକି ସିବିଆଇ ତଦନ୍ତ ଦାବି କରୁନାହିଁ ବୋଲି ବିଜେପି ବାରମ୍ବାର ପ୍ରଶ୍ନ ଉଠାଉଥିବା ବେଳେ, ତାକୁ ନେଇ ଏବେ ମୁହଁ ଖୋଲିଛନ୍ତି ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସ । ଆଜି କ୍ରାଇମବ୍ରାଞ୍ଚ ଟିମ ନବ ଦାସଙ୍କ ଝାରସୁଗୁଡା ସର୍ବାହଲ ସ୍ଥିତ ଘରେ ଦୀପାଳି, ବିଶାଳ ଓ ତାଙ୍କ ମା ମିନତୀ ଦାସଙ୍କ ବୟାନ ରେକର୍ଡ କରିଥିଲା । ଏହାପରେ ବିଶାଳ ଗଣମାଧ୍ୟମକୁ କହିଛନ୍ତି ଯେ, ବିଜେପି ଆଗରୁ ସିବିଆଇ ତଦନ୍ତ କଥା କହୁଥିଲା । ଏପରିକି ଲେଖିକି ଦେଲେ ସିବିଆଇ ତଦନ୍ତ ହେବ ବୋଲି କହୁଥିଲା । କିନ୍ତୁ ସିବିଆଇ ତଦନ୍ତ ପାଇଁ ଚିଠି ଲେଖି ରଖିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆପଏଣ୍ଟମେଣ୍ଟ ମିଳିନି । ଆପଏଣ୍ଟମେଣ୍ଟ ମିଳିଲେ ସିବିଆଇ ତଦନ୍ତ ପାଇଁ ଲେଖିଥିବା ଚିଠି ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି । କ୍ରାଇମବ୍ରାଞ୍ଚ ତରଫରୁ ଗତ ମାର୍ଚ୍ଚ ୧ ତାରିଖରେ ଏକ ଚିଠି ଆସିଥିଲା । ଯେଉଁଥିରେ କ୍ରାଇମବ୍ରାଞ୍ଚ ତାଙ୍କର ବୟାନ ରେକର୍ଡ କରିବା ପାଇଁ ଜଣାଇଥିଲେ ଏବଂ ସ୍ବର୍ଗତ ନବ ଦାଶଙ୍କ ସ୍ତ୍ରୀ ମିନତୀ ଦାଶ ତାଙ୍କ ଘରେ ବୟାନ ରେକର୍ଡ କରିବା ପାଇଁ ଆବେଦନ କରିଥିଲେ । ତେଣୁ ଦୁଇ ଜଣିଆ ଟିମ ଆସି ତାଙ୍କ ପରିବାରର ଶେଷ ବୟାନ ରେକର୍ଡ କରିଥିବା ଦୀପାଳି କହିଛନ୍ତି ।