ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ: ପ୍ରସନ୍ନ
1 min read
ଭୁବନେଶ୍ବର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଡାକିଥିବା ବୈଠକକୁ ଯିବାକୁ ବିଜେଡି ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯିବାକୁ ପ୍ରତିଶ୍ରୁତି ଦେବା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଥିବା ଚର୍ଚ୍ଚାରେ ପୂର୍ଣ୍ଣେଚ୍ଛଦ ପକାଇଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ସେ ସ୍ପଷ୍ଟ କରିଛନ୍ତିଳ ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ l ଦଳ ଆଜି ବି ସବୁ ରାଜନୈତିକ ଦଳଙ୍କଠାରୁ ସମ ଦୂରତା ବଜାୟ ରଖିଛି ।
ସେ କହିଛନ୍ତି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯେଉଁ ବୈଠକ ଡାକିଛନ୍ତି ତାହା କୌଣସି ଫ୍ରଣ୍ଟ ତରଫରୁ ଡକାଯାଇ ନାହିଁ । ଜଣେ ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିଛନ୍ତି । ସେଠିକି ଯିବାରେ ଅସୁବିଧା କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
କାହା ସହ ବିଜେଡି ? ଏନଡିଏ ନାଁ ଇଣ୍ଡିମେଣ୍ଟ ? ଡିଲିମିଟେସନର ସ୍ଵତନ୍ତ୍ର ବୈଠକକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ନବୀନଙ୍କୁ ନିମନ୍ତ୍ରଣ କରିବା ପରେ ବିଜେଡିର ରାଜନୈତିକ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା । ଏହି ଚର୍ଚ୍ଚା ଭିତରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡିର ନୀତିରେ କୌଣସି ପରିବର୍ତନ ହୋଇନାହିଁ l ଆଜି ବି ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ବଜାୟ ରଖିଛି ଆମ ଦଳ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯେଉଁ ବୈଠକ ଡାକିଛନ୍ତି, ତାହା କୌଣସି ଫ୍ରଣ୍ଟ ତରଫରୁ ଡକାଯାଇ ନାହିଁ। ଜଣେ ମୁଖ୍ୟମନ୍ତ୍ରୀ ବୈଠକ ଡାକିଛନ୍ତି, ସେଠିକି ଯିବାରେ ଅସୁବିଧା କେଉଁଠି l ଜାତୀୟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଏକ ଅଲଗା ପ୍ରଭାବ ରହିଛି । ତେଣୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତେ ତାଙ୍କୁ ଖୋଜନ୍ତି । ବିଜେଡି ଆରମ୍ଭରୁ ସମଦୂରତା ନୀତି ଆପଣାଇଛି ଓ ଆଜି ବି ତାହା ବଜାୟ ରଖିଛି ବୋଲି ସ୍ପଷ୍ଟ କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।
ଲୋକସଭା ଆସନ ସୀମା ପୁନଃ ନିର୍ଦ୍ଧାରଣକୁ ନେଇ ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ବସିବ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ । ଏହି ବୈଠକରେ ଯୋଗ ଦେବାକୁ ବିଜେଡିକୁ ନିମନ୍ତ୍ରଣ କରିଛନ୍ତି ଷ୍ଟାଲିନ । ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ ଖୋଦ୍ ଡିଏମକେ ସାଂସଦ ଦୟାନିଧି ମାରନ୍ । ଯିଏ କି ଷ୍ଟାଲିନଙ୍କ ବହୁତ ଘନିଷ୍ଠ ଭାବେ ଜଣାଶୁଣା । ଏଥିରୁ ଜଣାପଡୁଛି ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କୁ କେତେ ଗୁରୁତ୍ଵ ଦିଆଯାଉଛି । ଲୋକସଭା ଆସନ ସୀମା ପୁଃନ ନିର୍ଦ୍ଧାରଣରେ କ୍ଷତିଗ୍ରସ୍ତ ହୋଇପାରନ୍ତି ୭ରୁ ୮ଟି ରାଜ୍ୟ । ସେହିସବୁ ରାଜ୍ୟର ନେତାମାନେ ଚେନ୍ନାଇ ବୈଠକରେ ଯୋଗ ଦେବାର ଅଛି । ଡିଲିମିଟେସନରେ ଦକ୍ଷିଣ ଭାରତର ସବୁ ରାଜ୍ୟ ସହ ଓଡ଼ିଶା ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ । ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟର ସ୍ଵାର୍ଥ ପାଇଁ କାମ କରୁଥିବାରୁ ଏହି ପ୍ରସଙ୍ଗରେ ମଧ୍ୟ ଷ୍ଟାଲିନଙ୍କୁ ସମର୍ଥନ କରିଛନ୍ତି । ଗଠନ ହେବା ଦିନରୁ ରାଜ୍ୟର ସ୍ଵାର୍ଥକୁ ଦେଖି ବିଜେଡି ନିଷ୍ପତ୍ତି ନିଏ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ କେ. ରବି ।
ଶାସନରେ ଥିବା ବେଳେ ହେଉ କି ବିରୋଧୀ ଭୂମିକାରେ, ବିଜେଡି ସବୁବେଳେ ଏନଡିଏ ଓ ଇଣ୍ଡିମେଣ୍ଟଠାରୁ ସମଦୂରତା ବଜାୟ ରଖିଛି । ଏଥିରେ କୌଣସି ପରିବର୍ତ୍ତନ କରିନାହିଁ । ଜାତୀୟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ସ୍ଵତନ୍ତ୍ର ପ୍ରଭାବ ରହିଥିବାରୁ ଦେଶରେ କୌଣସି ବଡ଼ ପ୍ରସଙ୍ଗ ଆସିଲେ, ଅନ୍ୟ ଦଳ ନବୀନ ପଟ୍ଟନାୟକଙ୍କ ପରାମର୍ଶ ଓ ସହଯୋଗ ଲୋଡ଼ନ୍ତି । ଲୋକସଭା ସୀମା ପୁନଃ ନିର୍ଦ୍ଧାରଣରେ ବି ଠିକ୍ ସେମିତି ହୋଇଥିବା କୁହାଯାଉଛି ।