ରାଜ୍ ଖୋଲିଲେ ରାନ୍ୟା ରାଓ : ଫଟୋଗ୍ରାଫି ପାଇଁ ଯାଉଥିଲେ ଦୁବାଇ, ୟୁଟ୍ୟୁବରୁ ଶିଖିଥିଲେ ସୁନା ଲୁଚେଇବା ଶୈଳୀ
1 min read
ନନ୍ଦିଘୋଷ ବ୍ୟୁରୋ : ସୁନା ଚୋରାଚାଲଣାରେ ଧରାପଡିଥିବା କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କୁ DRI ପଚରାଉଚରା କରିବା ବେଳେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ନିଜ ବୟାନରେ ରାନ୍ୟା କହିଛନ୍ତି କି, ସେ ଫଟୋଗ୍ରାଫି ଏବଂ ରିୟଲ ଷ୍ଟେଟ୍ ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରୁଥିଲେ । ଦୁବାଇ ଯାତ୍ରା ବିଷୟରେ ପଚାରାଯିବାରୁ ସେ ଉତ୍ତର ରଖିଥିଲେ କି, ସେ ୟୁରୋପ, ଆମେରିକା ଏବଂ ମିଡଲ୍ ଇଷ୍ଟକୁ ବହୁ ବାର ଯାତ୍ରା କରିଛନ୍ତି । କିନ୍ତୁ ଗତ ୨ ସପ୍ତାହ ଧରି ଏକ ଅଜ୍ଞାତ ବିଦେଶୀ ନମ୍ୱରରୁ ତାଙ୍କୁ କଲ୍ ଆସୁଥିଲା । ମାର୍ଚ୍ଚ ୧ରେ ଶେଷ ଥର ତାଙ୍କୁ ବିଦେଶୀ ନମ୍ୱରୁ କଲ୍ ଆସିଥିଲା ।
ୟୁଟ୍ୟୁବରୁ ଶିଖିଥିଲେ ସୁନା ଲୁଚାଇବା ଟ୍ରିକ୍
ଆହୁରି ମଧ୍ୟ ରାନ୍ୟା ନିଜ ବୟାନରେ କହିଛନ୍ତି ଯେ, ତାଙ୍କୁ ଦୁବାଇ ଏୟାରପୋର୍ଟର ଟର୍ମିନାଲ-୩ର ଗୋଟ୍-Aରୁ ସୁନା ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏହାକୁ ବେଙ୍ଗାଲୁରେ ଡେଲିଭରି କରିବାକୁ କୁହାଯାଇଥିଲା ।ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୁଁ ପ୍ରଥମ ଥର ବେଙ୍ଗାଲୁରୁରେ ସୁନା ଚୋରା ଚାଲାଣ କରିଥିଲି । ଏହା ପୂର୍ବରୁ ଦୁବାଇରୁ କେବେ ସୁନା କିଣି ନଥିଲି । ରାନ୍ୟାଙ୍କୁ ସେ ବ୍ୟକ୍ତିଙ୍କ ପରିଚୟ ପଚାର ଯାଇଥିଲେ ମଧ୍ୟ ସେ ପରିଚୟ ପ୍ରକାଶ କରିବାକ ମନା କରି ଦେଇଥିଲେ । ଏପରି କି ରାନ୍ୟା ସୁନାକୁ କିପରି ଲୁଚାଇବେ ତାହା ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରୁ ଶିଖିଥିବା କହିଛନ୍ତି ।
ବିମାନବନ୍ଦରରେ ହୋଇଥିଲା ସୁନା କାରବାର
ଡିଆରଆଇ ପଚରାଉଚରା ବେଳେ ରାନ୍ୟା କହିଛନ୍ତି, କଲ କରିଥିବା ବ୍ୟକ୍ତି ଜଣକ ଆଫିକୀ-ଆମେରିକୀୟ ଥିଲା । ସେ ମୋତେ ଦୁବାଇରେ ଧଳା ପୋଷାକରେ ଏୟାରପୋର୍ଟରେ ଭେଟ ହେବ ବୋଲି କହିଥିଲା । ସୁରକ୍ଷା ଯାଞ୍ଚ ପରେ ସେ ମୋତେ ସୁନା ବାଡ଼ି ଦେବା ପରେ ସେଠାରୁ ସଙ୍ଗେ ସଙ୍ଗେ ଚାଲିଯାଇଥିଲା । ଲୋକଟି ଗୋରା ଏବଂ ୬ ଫୁଟ୍ ଉଚ୍ଚର ଥିଲା। ଏହା ପରେ ତାକୁ ମୁଁ କେବେ ଆଉ ଭେଟିନାହିଁ କି ଦେଖିନାହିଁ ।
ଶୌଚାଳୟରେ ଲୁଚାଇଥିଲେ ସୁନା
ସୁନା ୨ଟି ପ୍ଲାଷ୍ଟିକ୍ ପ୍ୟାକେଟରେ ଥିଲା । ଶୌଚାଳୟ ସେ ଏହି ସୁନାକୁ ନିଜ ଜୋତା ଏବଂ ଜିନ୍ସରେ ଲୁଚାଇଥିଲେ । ୟୁଟ୍ୟୁବ ଦେଖି କିପରି ସୁନା ଲୁଚାଯାଏ ତାହା ଶିଖିବା କହିଛନ୍ତି ରାନ୍ୟା ରାଓ । ସେପଟେ ଡିଆରଆଇଙ୍କ ପ୍ଲାଇଟ୍ ବୁକିଂକୁ ନେଇ ପ୍ରଶ୍ନରେ ରାନ୍ୟା ଉତ୍ତର ଦେଇଛନ୍ତି କି, ସେ ଟିକେଟ୍ ବୁକିଂ କରିବା ପାଇଁ ସ୍ୱାମୀ ଜତିନ ବିଜୟ କୁମାରଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲେ ।