ଆମ୍ବ ଟାକୁଆ ଟ୍ରାଜେଡି : ପୁଣି ୫ ମହିଳା ଗୁରୁତର

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ନିକଟସ୍ଥ ମାଣ୍ଡିପଙ୍କା ଗ୍ରାମରେ ପୁଣି ଅସୁସ୍ଥ ମହିଳା। ଆମ୍ବ ଟାକୁଆ ଟ୍ରାଜେଡି ଘଟଣାରେ ୩ ଜଣ ମହିଳା ମୃତ୍ୟୁ ହୋଇଥିବା ବେଳେ ୫ ଜଣ ମହିଳା ଗୁରୁତର ହୋଇଥିଲେ। ସେହି ୫ଜଣ ଗୁରୁତର ମହିଳାଙ୍କୁ ବ୍ରହ୍ମପୁର ମେଡିକାଲ ଏବଂ କଟକ ମେଡିକାଲରେ ଚିକିତ୍ସା କରି ଘରକୁ ଫେରାଇ ଆଣିଥିଲେ। ପୁଣି ୪ ମାସ ପରେ ଆଜି ୫ ଜଣ ମହିଳା ଗୁରୁତର ହୋଇ ପଡିଛନ୍ତି। ଚିକିତ୍ସା ପାଇଁ ଗତକାଲି ବ୍ଲକ ପ୍ରଶାସନକୁ ଗୁହାରି ଜଣାଇ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି।