spot_img

Latest Posts

ତାରକା ହୋଟେଲରୁ ଲୁଟ୍ ଘଟଣା: ଧରାପଡ଼ିଲା ଚତୁର ଲୁଟେରା ରିତେଶ ସିସୋଦିଆ

ନନ୍ଦିଘୋଷ ବ୍ୟୁରୋ: ମୈତ୍ରୀବିହାର ଥାନା ଅନ୍ତର୍ଗତ ତାରକା ହୋଟେଲରୁ ଲୁଟ୍ ଘଟଣା । ଧରାପଡ଼ିଲା ଚତୁର ଲୁଟେରା ରିତେଶ ସିସୋଦିଆ । ଗତ ଫେବୃଆରୀ ୨ ତାରିଖରେ ମୈତ୍ରୀବିହାର ଅଞ୍ଚଳରେ ଏକ ଡାକ୍ତର ଦମ୍ପତ୍ତିଙ୍କ ବିବାହ ଚାଲିଥିବା ବେଳେ ଚତୁରତାର ସହ ଲୁଟେରା ଜଣଙ୍କ ବରଯାତ୍ରୀରୁ ଆସିବା ଭଳି ଅଭିନୟ କରି ଷ୍ଟେଜ ଉପରେ ଚଢ଼ିବା ସହ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଦାମୀ ଗିଫ୍ଟ, ନଗଦ ଟଙ୍କା ଲୁଟି ନେଇଥିଲା । ଚୋରିର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଉକ୍ତ ଚୋରି ଭିଡିଓ ଭାଇରାଲ ହେବା ସହ ଚୋରର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଠିକ ସମାନ ଢଙ୍ଗରେ ପୁରୀରୁ ମଧ୍ୟ ଲୁଟ୍ ହୋଇଥିଲା । ବଡ଼କଥା ହେଉଛି କିଛିଦିନ ତଳେ ପୁରୀ ପୋଲିସ ଏହି ଅଭିଯୁକ୍ତ ଜଣଙ୍କୁ ଗିରଫ କରିଥିଲା । ଗତକାଲି ତାକୁ ଜାମିନ ମିଳିଯିବା ପରେ ମଧ୍ୟପ୍ରଦେଶ ଖସିଯିବା ବେଳେ ଷ୍ଟେସନ ନିକଟରୁ ଏହି କରିତକର୍ମା ଜଣଙ୍କୁ କାବୁ କରିନେଇଥିଲା କମିଶନରେଟ ପୋଲିସ । ମଧ୍ୟପ୍ରଦେଶ ଓ ଛତିଶଗଡ଼ ବର୍ଡରରେ ଥିବା ଏକ ଗାଁରେ କିଛିଲୋକ ସାରା ଦେଶରେ ଏଭଳି ବିବାହ ମଣ୍ଡପକୁ ଟାର୍ଗେଟ କରୁଥିବା ଜାଣିବା ପରେ ସ୍ପେଶାଲ ସ୍କ୍ଵାର୍ଡ ସେହି ସ୍ଥାନକୁ ଗସ୍ତ କରି ଅଭିଯୁକ୍ତ ସମ୍ପର୍କରେ ଜାଣିପାରିଥିଲା । ସେପଟେ ବିବାହ ବେଳେ ମଣ୍ଡପରେ ଲୋକେ ନିଜେ ସତର୍କ ରହିବାକୁ କମିଶନରେଟ୍ ପୋଲିସ ଅପିଲ କରିଥିବା ବେଳେ ସମ୍ପୃକ୍ତ ମଣ୍ଡପ ଓ ହୋଟେଲ ମାଲିକ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ନଜର ରଖିବାକୁ କହିଛନ୍ତି ଭୁବନେଶ୍ୱର ଡିସିପି ।

Latest Posts

Don't Miss