ଡାର୍କ ଚକୋଳେଟ ଖାଉଥିଲେ ସାବଧାନ, ମିଶୁଛି ବିଷ ..

ନନ୍ଦିଘୋଷ ବ୍ୟୁରୋ : ଚକୋଲେଟ୍ ପ୍ରେମୀଙ୍କୁ ଶକ୍ତ ଝଟକା । ସମସ୍ତେ ଚକୋଲେଟର ଅଭ୍ୟସ୍ତ ଥିବା ବେଳେ ଗବେଷକ ଦେଇଛନ୍ତି ଆଶ୍ଚର୍ଯ୍ୟଜନକ ତଥ୍ୟ । ଡାର୍କ ଚକୋଲେଟରେ ମିଶୁଛି ଜହର । ଯାହାକୁ ଖାଇବା ଦ୍ବାରା ବିଭିନ୍ନ ରୋଗର ଶିକାର ହେବେ । ନିକଟରେ ହେଇଥିବା ଏକ ଗବେଷଣା ପରେ ଚକୋଲେଟ୍ ପ୍ରେମୀଙ୍କୁ ସତର୍କ କରାଇଛନ୍ତି ଗବେଷକ । ଗବେଷକଙ୍କ କହିବାନୁସାରେ, ଚକୋଲେଟ୍‌ରେ ରହିଛି ବିଷାକ୍ତ ପଦାର୍ଥ । ଯାହା ଶରୀର ପାଇଁ କ୍ଷତିକାରକ । ଡାର୍କ ଚକୋଲେଟ୍‌ରୁ ଅଧିକ ପରିମାଣରେ ମିଳିଛି ସୀସା ଓ କାଡମିୟମ୍ । ଅନେକ ଗବେଷଣାରୁ କୁହାଯାଇଛି ଯେ ଡାର୍କ ଚକୋଲେଟ୍ ଖାଇବାର ଅନେକ ଲାଭ ଅଛି । ଏହାକୁ ଖାଇବା ଦ୍ୱାରା ହାର୍ଟ ବହୁତ ଭଲ ରହିଥାଏ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ଏହା ସହିତ ଆମର ରକ୍ତ ସଞ୍ଚାଳନ ମଧ୍ୟ ବହୁତ ଭଲ ହୋଇଥାଏ । ଏହା ବ୍ରେନ  ଷ୍ଟ୍ରୋକର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ । ତେବେ ଡାର୍କ ଚକୋଲେଟର ଅନେକ ଫାଇଦା ଥିଲେ ମଧ୍ୟ ଏହାକୁ ନେଇ ଆସିଛି ଏଭଳି ତଥ୍ୟ ।

ଚକୋଲେଟରେ ସୀସା

ବୈଜ୍ଞାନିକମାନେ ୮ ବର୍ଷ ଧରି କୋକୋରୁ ତିଆରି ଡାର୍କ ଚକୋଲେଟ ସମେତ ୭୨ଟି ଉତ୍ପାଦର ବିଶ୍ଳେଷଣ କରିଥିଲେ । ଯାହା ପରେ ସେମାନେ ଜାଣିପାରିଲେ ଯେ ଚକୋଲେଟରୁ ତିଆରି ୪୩% ଉତ୍ପାଦରେ ଅଧିକ ପରିମାଣରେ ସୀସା ରହିଛି । ୩୫% ଉତ୍ପାଦରେ କ୍ୟାଡମିୟମ୍ ମିଳିଥିଲା। ସେହି ସମୟରେ ଜୈବିକ ପଦାର୍ଥରେ ବିଷାକ୍ତ ଧାତୁଗୁଡ଼ିକ ବହୁତ ଅଧିକ ପରିମାଣରେ ମିଳିଛି ଯାହାଏବେ ଚିନ୍ତାର ବିଷୟ ପାଲଟିଛି ।

ସ୍ୱାସ୍ଥ୍ୟ ପାଇଁ ବିପଦଜନକ ସୀସା

ଗବେଷକମାନଙ୍କ କହିବାନୁସାରେ, ଚକୋଲେଟ୍ ଉତ୍ପାଦରେ ଏହି ବିଷାକ୍ତ ପଦାର୍ଥ ମାଟିରୁ ନଚେତ୍, ଏହାର ମ୍ୟାନୁଫ୍ୟାକଚରିଂ ସମୟରେ ସଂସ୍ପର୍ଶରେ ଆସିଥାଇପାରେ ।ଏହି ଅଧ୍ୟୟନ ବିଭିନ୍ନ ବ୍ରାଣ୍ଡ ଏବଂ ଚକୋଲେଟର ପ୍ରକାର ଉପରେ ପର୍ଯ୍ୟବେସିତ ଥିଲା। ଏଥିମଧ୍ୟରୁ ଅନେକରେ ବିଷାକ୍ତ ଧାତୁର ସ୍ତର ବହୁତ ଅଧିକ ଥିବା ଦେଖାଯାଇଥିଲା। ସୀସା ଏକ ଅତ୍ୟନ୍ତ ବିଷାକ୍ତ ଉପାଦାନ ଯାହା ଶରୀରରେ ଜମା ହେଲେ ସ୍ନାୟୁତନ୍ତ୍ର, ଲିଭର ଏବଂ ହାର୍ଟ  ଉପରେ ଖରାପ ପ୍ରଭାବ ପକାଇପାରେ। ପିଲାମାନଙ୍କ ଶରୀରରେ ପହଞ୍ଚିବା ପରେ ସେମାନଙ୍କର ମାନସିକ ବିକାଶ ଉପରେ ଖରାପ ପ୍ରଭାବ ପକାଇଥାଏ ।

କ୍ୟାଡମିୟମର ସ୍ୱାସ୍ଥ୍ୟ ଉପରେ ପ୍ରଭାବ

ଚକୋଲେଟରେ ମିଳୁଥିବା ଆଉ ଏକ ବିଷାକ୍ତ ଧାତୁ କ୍ୟାଡମିୟମ୍ ଯାହା କିଡନୀ ଏବଂ ହାଡ଼ ପାଇଁ କ୍ଷତିକାରକ । ଯଦି ଶରୀର ଏହା ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ରହେ, ତେବେ ହାଡ଼ ଦୁର୍ବଳ ହୋଇପାରେ। ଏହା ବ୍ୟତୀତ ଅନେକ କିଡନୀ ରୋଗ ହୋଇପାରେ। ତେବେ ପ୍ରଡକ୍ସନ ଏବଂ ପ୍ରୋସେସିଂ ସମୟରେ ଏହିସବୁ ପଦାର୍ଥ ଚକୋଲେଟ୍‌ରେ ଅଧିକ ଦେଖାଦିଏ ବୋଲି କୁହାଯାଉଛି । ସେହିଭଳି କୋକୋଆ ଗଛଗୁଡ଼ିକ ମାଟିରୁ ଅନେକ ଭାରି ବିଷାକ୍ତ ପଦାର୍ଥକୁ ଅବଶୋଷିତ କରିଥାଏ । ଏଥିରୁ ଚକୋଲେଟ୍ ପ୍ରସ୍ତୁତ କରାଯିବା ପରେ ଚକୋଲେଟ୍‌ରେ କୋକୋଆ ରହିଥାଏ ।