ଗ୍ୟାସ ନିଆଁରେ ପୋଡ଼ି ହୋଇ ବେଙ୍ଗାଲୁରୁରେ ୫ ଓଡ଼ିଆ ଶ୍ରମିକ ଗୁରୁତର
1 min readଦିଗପହଣ୍ଡି : ଗ୍ୟାସ ନିଆଁରେ ପୋଡ଼ି ହୋଇ ବେଙ୍ଗାଲୁରୁରେ ଚିକିଟିର ୫ଜଣ ଶ୍ରମିକ ଗୁରୁତର । ରୋଷେଇ କରିବା ପାଇଁ ଗ୍ୟାସ ଷ୍ଟୋଭରେ ଅଗ୍ନି ସଂଯୋଗ ବେଳେ ହଟାତ ନିଆଁ ଲାଗିଯାଇଥିଲା l ଚାହୁଁ ଚାହୁଁ ନିଆଁ ସାରା ରୁମରେ ବ୍ୟାପିଯାଇଥିଲା l ନିଆଁ ଭୟରେ ୫ଜଣ ଶ୍ରମିକ ରୁମରୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୋଡ଼ିହୋଇ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ଭର୍ତ୍ତି କରିଛନ୍ତି । ଗୁରୁତର ଶ୍ରମିକମାନେ ହେଲେ ସନ୍ତୋଷ ବେହେରା, ପବିତ୍ର ସେଠୀ, ରୁନା ସାହୁ, ବିପିନ ସେଠୀ ଓ ସାରଥୀ ସେଠୀ । ସମସ୍ତ ଗୁରୁତର ଶ୍ରମିକ ବ୍ରହ୍ମପୁର ପୋଲିସ ଜିଲ୍ଲା କେ. ନୂଆଗାଁ ଥାନା ଜେନାପୁର ଗାଁର ବୋଲି ଜଣାପଡ଼ିଛି । କାମଧନ୍ଦା ପାଇଁ ସେମାନେ ଗତମାସରେ ବେଙ୍ଗଇଲୁ ଯାଇଥିଲେ । ସେଠାରେ ସେମାନେ ଏକ ସ୍ପେୟାର ପାର୍ଟ୍ସ କମ୍ପାନୀରେ କାମ କରୁଥିଲେ । ଖବର ପାଇ ପରିବାରଲୋକେ ଦୁଋଖରେ ଭାଙ୍ଗି ପଡିଛନ୍ତି । ଗୁରୁତର ମାନଙ୍କ ଚିକିତ୍ସା ସୁବିଧା କରିବା ସହିତ ଘରକୁ ଫେରାଇ ଆଣିବାକୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।