୨୦୫ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକୀୟ ମିଲିଟାରୀ ପ୍ଲେନ୍ ଆସୁଛି ଭାରତ
1 min readନନ୍ଦିଘୋଷ ବ୍ୟୁରୋ : ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏବେ ଆମେରିକାରେ ଅବୈଧ ଭାବେ ରହୁଥିବା ପ୍ରବାସୀଙ୍କ ଉପରେ କଠୋର ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସରକାର ଏବେ ନିରନ୍ତର ଅବୈଧ ପ୍ରବାସୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ଦେଶକୁ ଫେରାଇ ଦେଉଛନ୍ତି । ଏହାରି ମଧ୍ୟରେ ୨୦୫ଜଣ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ସାମରିକ ବିମାନ ଭାରତ ଆସୁଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଆମେରିକୀୟ C-147 ବିମାନ ଯୋଗେ ଏହି ଅବୈଧ ଭାରତୀୟ ପ୍ରବାସୀ ମାନେ ଆସୁଛନ୍ତି । ଏହି ବିମାନଟି ପ୍ରାୟ ୬ଘଣ୍ଟା ପୂର୍ବରୁ ଆମେରିକାର ସାନ୍ ଆଣ୍ଟୋନିଓରୁ ଉଡାଣ ଭରିଥିଲା । ଏହି ବିମାନରେ ସମସ୍ତ ଭାରତୀୟଙ୍କୁ ଚିହ୍ନଟ କରାଯାଇ ଭାରତ ଫେରାଇ ଅଣାଯାଉଛି । ଏହି ବିମାନଟି ଅମୃତସରରେ ଅବତରଣ କରିପାରେ ବୋଲି ସୂଚନା ରହିଛି । ତଥାପି ଏପର୍ଯ୍ୟନ୍ତ ଲ୍ୟାଣ୍ଡିଂ ନେଇ ନିଶ୍ଚିତ ସୂଚନା ମିଳିନାହିଁ । ଅନ୍ୟପଟେ ବିମାନଟି ଇନ୍ଧନ ଭର୍ତ୍ତି ପାଇଁ ଜର୍ମାନୀରେ କିଛି ସମୟ ଅଟକିପାରେ ବୋଲି କୁହାଯାଉଛି ।
ସୂଚନା ରହିଛି ଯେ, ଟ୍ରମ୍ପଙ୍କ ପ୍ରଶାସନ ଏହା ପୂର୍ବରୁ ଗ୍ୱାଟେମାଲା, ପେରୁ ଏବଂ ହୋଣ୍ଡୁରାସରୁ ଅବୈଧ ପ୍ରବାସୀମାନଙ୍କୁ ସେମାନଙ୍କ ଦେଶକୁ ପଠାଇ ଦେଇଥିଲା । ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ ଏବଂ ଟେକ୍ସାସର ଅଲପାସୋ ଏବଂ କାର୍ଲିଫର୍ଣ୍ଣିଆର ସେନାଙ୍କ ହେପାଜତରେ ଥିବା ୫୦୦୦ରୁ ଉର୍ଦ୍ଧ୍ୱ ଅବୈଧ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ଆରମ୍ଭ କରିଦେଇଛନ୍ତି ।