ପ୍ରସିଦ୍ଧ କଳାକାର ଯୋଗେଶ ମହାଜନଙ୍କର ହାର୍ଟ ଆଟାକରେ ମୃତ୍ୟୁ

1 min read

ନନ୍ଦିଘୋଷ ବ୍ୟୁରୋ: ମନୋରଞ୍ଜନ ଦୁନିଆରୁ ଆସିଲା ଏକ ବଡ ଦୁଃଖଦ ଖବର । ହିନ୍ଦି ଟିଭି ସିରିୟଲ ଏବଂ ମରାଠୀ ସିନେମାରେ କାମ କରିଥିବା ପ୍ରସିଦ୍ଧ କଳାକାର ଯୋଗେଶ ମହାଜନଙ୍କର ଗତକାଲି ନିଧନ ହୋଇଯାଇଛି । ଅଭିନେତାଙ୍କ ମୃତ୍ୟୁ ହାର୍ଟ ଆଟାକ କାରଣରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଅଭିନେତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଟିଭି ଜଗତରେ ଶୋକର ଛାୟା ଖେଳିଯାଇଛି ।

ଖବର ଅନୁଯାୟୀ, ଅଭିନେତାଙ୍କ ମୃତ୍ୟୁ ତାଙ୍କ ଫ୍ଲାଟରେ ହୋଇଛି । ସେ ସୁଟିଂକୁ ନଆସିବାରୁ କ୍ରିଉ ମେମ୍ବରସ ତାଙ୍କ ଫ୍ଲାଟକୁ ଯାଇଥିଲେ । ସେତେବେଳେ ତାଙ୍କ ଦ୍ବାର ବନ୍ଦ ଥିବାରୁ ଭାଙ୍ଗିକି ଭିତରକୁ ପ୍ରବେଶ କଲାପରେ ସେ ତଳେ ପଡିଥିଲେ । ତୁରନ୍ତୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏବଂ ଡାକ୍ତରଙ୍କ ଅନୁଯାୟୀ ହାର୍ଟ ଆଟାକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।

ଇଣ୍ଡିଆ ଟୁଡେକୁ ତାଙ୍କ କୋ-ଷ୍ଟାର ଆଂକାକ୍ଷା ରାଓ୍ବତ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ଯୋଗେଶକୁ ନେଇ ଆଂକାକ୍ଷା କହିଛନ୍ତି  ସେ ଜଣେ ବହୁତ ଭଲ ଲୋକ ଥିଲେ । ତାଙ୍କ ବ୍ୟବହାର ଓ ଆଚରଣ ବହୁତ ଭଲ ଥିଲା । ଆମେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାମ କରୁଥିଲୁ । ତାଙ୍କର ମୃତ୍ୟୁ ଆମକୁ ଗଭୀର ଆଘାତ ଦେଇଛି ।

୧୯୭୬ମସିହା ସେପ୍ଟେମ୍ବରରେ ଯୋଗେଶଙ୍କର ଜନ୍ମ । ନିଜ ବଳରେ ବିନା ଗଡ ଫାଦରରେ ସେ ଟିଭି ପରଦାରେ ନାଁ କମାଇଥିଲେ । ଯୋଗେଶଙ୍କର ୭ବର୍ଷର ପୁଅ ଅଛି । ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ସମେତ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ଆଜି ଦିନ ୧୧ଟାରେ ଯୋଗେଶଙ୍କର ଅନ୍ତିମ ସଂସ୍କାର ସମାପନ ହୋଇଛି । ଯୋଗେଶ ବିଭିନ୍ନ କାମ କରିଛନ୍ତି । ସେଥିିମଧ୍ୟରୁ ଶିବ ଶିକ୍ତ-ତପ, ତ୍ୟାଗ, ତାଣ୍ଡଭ ଭଳି ଉଚ୍ଚକୋଟୀର ସିରିୟଲ ଦେଇସାରିଛନ୍ତି ।