ଦିଲ୍ଲୀକୁ ସାହା ହେଲା ବର୍ଷା, ରାଜଧାନୀବାସୀଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି
1 min readନୂଆଦିଲ୍ଲୀ: ଦିଲ୍ଲୀକୁ ସାହା ହେଲା ବର୍ଷା । ବର୍ଷା ପାଇଁ ପ୍ରଦୂଷଣରୁ ସାମାନ୍ୟ ଆଶ୍ପସ୍ତି ଲାଭ କଲେ ରାଜଧାନୀବାସୀ । ଗତକିଛିଦିନ ଧରି ଦିଲ୍ଲୀର ଅବସ୍ଥା ସାଂଘାତିକ ଥିବା ବେଳେ ଅଦିନିଆ ବର୍ଷା ବାୟୁ ପ୍ରଦୂଷଣରୁ ଦିଲ୍ଲୀକୁ ମୁକ୍ତ କରିଛି । ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ସ୍ଥିତି ଅଣାୟତ ଥିଲା । ଅସ୍ତବ୍ୟସ୍ତ ଥିଲା ଜନଜୀବନ । ଘରୁ ବାହାରିବାକୁ ମୁସ୍କିଲ ହୋଇ ପଡ଼ିଥିଲା । ନିଶ୍ବାସପ୍ରଶ୍ବାସରେ କଷ୍ଟ ଅନୁଭବ କରୁଥିଲେ ରାଜଧାନୀବାସୀ । ବାୟୁ ପ୍ରଦୂଷଣରେ ଚର୍ମ, ଆଖିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ତେବେ ଦିଲ୍ଲୀରେ ଅଚାନକ ବର୍ଷା ପାଗରେ ପରିବର୍ତ୍ତନ ଆଣିଛି ।
ଗତ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ବର୍ଷା ହେତୁ ବାୟୁ ଗୁଣବତ୍ତା ଯଥେଷ୍ଟ ଉନ୍ନତ ହୋଇଛି। ଆଜି ସକାଳେ ଦିଲ୍ଲୀର ଦିଲଶାଦ ଗାର୍ଡେନର ବାୟୁ ଗୁଣବତ୍ତା AQI ୯୦ ରେକର୍ଡ କରାଯାଇଛି, ଯାହାକି ଭଲ ବାୟୁ ସ୍ଥିତିକୁ ଦର୍ଶାଉଛି । ଅଜୟ ନଗରରେ AQI ୧୧୫ ରେକର୍ଡ କରାଯାଇଛି । ଯେତେବେଳେ କି ପୁସା ରୋଡରେ AQI ୧୪୯ ରେକର୍ଡ କରାଯାଇଛି । ଏହା ବ୍ୟତୀତ ଦିଲ୍ଲୀର ଅନେକ କ୍ଷେତ୍ର ଅଛି ଯେଉଁଠାରେ AQI ୨୦୦ ତଳେ ଅଛି । ତେବେ, ଦିଲ୍ଲୀରେ ବର୍ତ୍ତମାନର AQI ୧୮୯ ରେକର୍ଡ କରାଯାଇଛି ।
ତେବେ ଦିଲ୍ଲୀର ଅନେକ କ୍ଷେତ୍ର ଅଛି ଯେଉଁଠାରେ ବାୟୁ ଗୁଣବତ୍ତା ଉନ୍ନତ ହୋଇଛି, କିନ୍ତୁ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI)ରେ ପରିବର୍ତ୍ତନ ହୋଇନି । ଉଦାହରଣ ସ୍ୱରୂପ, ଦିଲ୍ଲୀର ଆନନ୍ଦ ବିହାରରେ AQI ଶନିବାର ୨୫୨ ରେକର୍ଡ କରାଯାଇଥିଲା ` ଯାହାର ଅର୍ଥ ହେଉଛି ବାୟୁ ଗୁଣବତ୍ତା ଭଲ ନାହିଁ । ଏଥି ସହିତ, ବାୟୁ ସ୍ଥିତିର ଉନ୍ନତିକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନସିଆରରେ GRAP 3 ନିୟମ ହଟାଯାଇଛି।
ଏହା ସହିତ ବିଦ୍ୟାଳୟଗୁଡ଼ିକ ଖୋଲିବ । ତଥାପି, GRAP-2 ସମଗ୍ର ଦିଲ୍ଲୀ ଏନସିଆରରେ ଲାଗୁ ହେବ | ପାଣିପାଗ ବିଭାଗ ଅନୁଯାୟୀ ଶୁକ୍ରବାର ଦିନ ଦିଲ୍ଲୀରେ ବର୍ଷା ୧୫ବର୍ଷର ରେକର୍ଡ ଭାଙ୍ଗିଛି। ଦିଲ୍ଲୀର AQI ୧୮୯ ରେକର୍ଡ କରାଯାଇଛି, ଯାହା ବିପଜ୍ଜନକ ପରିସ୍ଥିତି ବାହାରେ । ଦିଲ୍ଲୀ-ଏନସିଆରରେ ହ୍ରାସ ହେଉଥିବା AQI କୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୁଣବତ୍ତା ଆୟୋଗ (CAQM) GRAP-3 ର ପ୍ରତିବନ୍ଧକ ହଟାଇ ଦେଇଛି । ତଥାପି, GRAP-1 ଏବଂ GRAP-2 ନିୟମ ଦିଲ୍ଲୀ-ଏନସିଆରରେ ଲାଗୁ ହେବ ।