ଜମ୍ମୁ-କାଶ୍ମୀରରେ ତୁଷାରପାତ, ରାସ୍ତାରୁ ବରଫ ହଟାଇବା କାମ ଜାରି

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ କ୍ରମାଗତ ତୁଷାରପାତ ଯୋଗୁଁ ଅନେକ ଅଞ୍ଚଳ ବରଫାବୃତ ହୋଇଛି । ରାସ୍ତାରୁ ବରଫର ଚାଦର ହଟାଇବା କାମ ଜାରି ରହିଛି । ପ୍ରବଳ ତୁଷାରପାତ ଯୋଗୁଁ କାଶ୍ମୀରର ଅଧିକାଂଶ ଅଞ୍ଚଳରେ ଶୀତଳ ଲହରୀ ମଧ୍ୟ ଦେଖାଯାଉଛି । ଉତ୍ତର ଭାରତର ଅନେକ ରାଜ୍ୟରେ ଥଣ୍ଡା ଲହରୀ ଆରମ୍ଭ ହୋଇଛି । ଯେଉଁଥିପାଇଁ ତାପମାତ୍ରା ହ୍ରାସ ହେବା ସହିତ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାର୍ବତ୍ୟରେ ତୁଷାରପାତ ଯୋଗୁଁ ସମତଳ ଅଞ୍ଚଳରେ ଥଣ୍ଡା ବଢ଼ିଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ଜାମ୍ମୁ କାଶ୍ମୀରରେ ତୁଷାରପାତ ଯୋଗୁଁ ଅନେକ ରାସ୍ତା ବନ୍ଦ ରହିଛି । ପ୍ରବଳ ଥଣ୍ଡା ଯୋଗୁଁ ଲୋକଙ୍କ ସମସ୍ୟା ବଢ଼ିଚାଲିଛି  । ପରିସ୍ଥିତିରେ ଲୋକମାନେ ପ୍ରବଳ ଥଣ୍ଡାରୁ ରକ୍ଷାପାଇବାକୁ ବିଭିନ୍ନ ଉପାୟ ଅବଲମ୍ଵନ କରୁଛନ୍ତି । ସର୍ବନିମ୍ନ ତାପମାତ୍ରା ଜିରୋ ଡିଗ୍ରୀ ସେଲସିୟସ ସହିତ ଗୁଲମର୍ଗ ଉପତ୍ୟକାର ସବୁଠାରୁ ଥଣ୍ଡା ଅଞ୍ଚଳ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଶ୍ମୀର ଉପତ୍ୟକାରେ ହାଲୁକା ତୁଷାରପାତ ଏବଂ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଜାମ୍ମୁ ସହରରେ ସର୍ବନିମ୍ନ ତାପମାତ୍ରା ଜିରୋ ଡିଗ୍ରୀ ରହିଛି ।  ପହଲଗାମରେ ମାଇନସ୍ ଜିରୋ ଡିଗ୍ରୀ, ଶ୍ରୀନଗରରେ ଜିରୋ ଡିଗ୍ରୀ, ବାନିହାଲରେ ମାଇନସରେ ତାପମାତ୍ରା ରହିଛି ।  କାଟ୍ରାରେ ମାଇନସ୍ ଡିଗ୍ରୀ, କୁପୱାରାରେ ଡିଗ୍ରୀ ସେଲସିୟସ୍ ହେବାର ସମ୍ଭାବନା ରହିଛି ।