spot_img

Latest Posts

ବଢୁଛି କୋଟିଆ କଳି

ଭୁବନେଶର: ବଢୁଛି କୋଟିଆ କଳି । ପଞ୍ଚାୟତ ନିର୍ବାଚନ ପାଇଁ ଆଗଭର ଆନ୍ଧ୍ର । ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟ ସରକାର । ବିଜେପି ବାଢୁଛି ‘ଅସ୍ମିତା’ ଯୁକ୍ତି ।.. .. ପ୍ରଶାସନ କହୁଛି ଗୋଟେ କଥା । କୋଟିଆ ଭୋଟର କହୁଛନ୍ତି ଆଉ ଗୋଟେ କଥା । ଆଉ ଏହା ଭିତରେ ପ୍ରଶ୍ନ କୋଟିଆ କାହାର ? ଆନ୍ଧ୍ରର ନା ଓଡ଼ିଶାର ? ତାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ବାରମ୍ବାର ଆନ୍ଧ୍ର କୋଟିଆରେ ଅନୁପ୍ରବେଶ କରି ନିଜ ଅକ୍ତିଆରକୁ ନେବାକୁ ଚାହୁଁଛି । ଓଡିଶାରେ ବିଜେପି ସରକାର ଆସିବା ପରେ ଆନ୍ଧ୍ର ଅଧିକ ତତ୍ପରତା ଦେଖାଉଛି । ପଞ୍ଚାୟତ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ସହ ନିର୍ବାଚନ ପ୍ରକ୍ରିୟା ଜୋରଦାର କରିଛି । ବାରମ୍ବାର  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ କୋର୍ଟ ଅବମାନନା କରି ଆନ୍ଧ୍ର ସରକାର କୋଟିଆରେ ହାକିମଗିରି କରିବାକୁ ଷଡ଼ଯନ୍ତ୍ର କରୁଛି । ସବୁ ଜାଣି ଚୁପ ବସିଛନ୍ତି ରାଜ୍ୟ ସରକାର । ଓଡିଆ ଅସ୍ମିତା କଥା କହି ସରକାରକୁ ଆସିଥିବା ବିଜେପି ଓଡ଼ିଶାର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁରକ୍ଷା ଦେଇପାରୁନାହାନ୍ତି । ଯାହାକୁ ନେଇ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସିଧା ନିଶାଣ କରିଛନ୍ତି । ପିସିସି ସଭାପତି ଭକ୍ତ ଦାସ ସାଂଘାତିକ ଅଭିଯୋଗ କରି କହିଛନ୍ତି କୋଟିଆ ସମାଧାନ ଏ ସରକାର କରିବେ ନାହିଁ । ସମାଧାନ କଲେ କେନ୍ଦ୍ରରେ ବିଜେପି ସରକାର ପଳେଇବ । ଆନ୍ଧ୍ର ସରକାର କେନ୍ଦ୍ରର ଏନଡିଏରେ ଅଛନ୍ତି । କଥା ବାର୍ତ୍ତା ହୋଇ ସମାଧାନ ହେବା ଦରକାର। ସୁପ୍ରିମକୋର୍ଟକୁ ଗଲେ କିଛି ହେବ ନାହିଁ । ସୁପ୍ରିମକୋର୍ଟକୁ ଯିବା ଗୋଟେ ଷଡଯନ୍ତ୍ର ବୋଲି କଂଗ୍ରେସ କହିଛି । ଓଡିଶା ସରକାର କୋଟିଆକୁ ଛଡେଇ ଆଣି ପାରିବେ ନାହିଁ ବୋଲି କଂଗ୍ରେସ ଦମ୍ଭୋକ୍ତି ପ୍ରକାଶ କରିଛି । ବିଜେଡି ମଧ୍ୟ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ବଖାଣିଛି । ବିଜେପି ସରକାର କେବଳ ଭାଷଣବାଜି ସରକାର ବୋଲି ବିଜେଡି ଅଭିଯୋଗ କରିଛି ।

ଅନ୍ୟପଟେ ବିଜେପି କିନ୍ତୁ କୋଟିଆ ପ୍ରସଙ୍ଗରେ ଭିନ୍ନ ଯୁକ୍ତି ବାଢିଛି । କୋଟିଆ ଓଡିଶାର ଏଥିପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ବିଜେପି ନେତା ସୁରଥ ବିଶ୍ବାଳ କହିଛି । କୋଟିଆ ହେଉଛି ଓଡିଶାର ଅସ୍ମିତା । ତେଣୁ ସବୁ ଦଳ ଏକ ହୋଇ କୋଟିଆ ହକ ପାଇଁ ଲଢେଇ କରିବାକୁ ବିଜେପି ଅପିଲ କରିଛି ।

ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଥିବା ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ‘କୋଟିଆ’ରେ ନିର୍ବାଚନ ଘୋଷଣା କରିବା ଓଡିଆ ଅସ୍ମିତାକୁ ପାହାର ବୋଲି ବିରୋଧୀ କହିଛନ୍ତି । କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ କାହିଁକି ଓଡିଶା ସରକାର ରୋକିବାରେ ସକ୍ଷମ ହୋଇପାରୁନାହାନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।..

 

 

Latest Posts

Don't Miss