spot_img

Latest Posts

ଜେନ୍-ଜିଙ୍କ ସମର୍ଥନରେ କିଷାନ-ମଜଦୁର ସଂଘ

ଭୁବନେଶର: ହର ଗଲି ଯନ୍ତରମନ୍ତର ଭର୍ସେସ ଲୋକତନ୍ତ୍ର ବଞ୍ଚାଅ ଓ ଭିଡ଼ତନ୍ତ୍ର ହଟାଅ… ରଦ୍ଦ କର SIR.. ଇସ୍ତଫା ଦିଅ ମୁଖ୍ଯ ନିର୍ବାଚନ କମିଶନର ଜ୍ଞାନେଶ କୁମାର…କାଲିଠୁ କମ୍ପିବ ଦିଲ୍ଲୀ..ନାରା… ହର ଗଲି   ଯନ୍ତରମନ୍ତର..ରାମଲୀଳା ମଇଦାନରେ ଏକାଠି ହେବେ କିଶାନ ଓ ମଜଦୁର ସଂଘ। ଏଥରକ କିନ୍ତୁ ଭିନ୍ନ ଦୃଶ୍ଯ ଦେଖିବାକୁ ମିଳିବ। ଶାସକ ଦଳ ଆପଣାଇଛି କାଉଣ୍ଟର ଷ୍ଟ୍ରାଟେଜି। ପ୍ରତିବାଦ ବଦଳରେ ପ୍ରତିବାଦ କରିବ ଶାସକଦଳ। ହର ଗଲି ଯନ୍ତରମନ୍ତରକୁ ମୁକାବିଲା କରିବାକୁ ଶାସକଦଳ ପକ୍ଷରୁ ପ୍ରତି ଜିଲ୍ଲାରେ କରାଯିବ ଲୋକତନ୍ତ୍ର ବଞ୍ଚାଅ ଭିଡ଼ତନ୍ତ୍ର ହଟାଅ। ଏଭଳି କାଉଣ୍ଟର ଷ୍ଟ୍ରାଟେଜି ଶାସକଦଳ ଆପଣାଇଛି। ଯାହାକି ଭାରତ ବର୍ଷ ଇତିହାସରେ ପ୍ରଥମ ବୋଲି ଚର୍ଚ୍ଚା ହେଉଛି। ସିଇସିଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜେନ-ଜିଙ୍କ ସମେତ ବିରୋଧୀ ମେଣ୍ଟ। ଏବେ କିଶାନ ଓ ମଜଦୁର ସଂଘ ସମାନ ଦାବି କରିବା ସହିତ ଜେନ-ଜିଙ୍କ ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ଯାଉଛି। ଅତୀତରେ ଦୁର୍ବାର କିଶାନ ଆନ୍ଦୋଳନ ଯୋଗୁ କେନ୍ଦ୍ର ସରକାର ତିନୋଟି କୃଷି ଆଇନ ପ୍ରତ୍ଯାହାର କରିବାକୁ ବାଧ୍ଯ ହୋଇଥିଲେ। ଏଥର ବି ସମାନ ସ୍ଥିତି ସୃଷ୍ଟି ହେବାକୁ ଯାଉଛି।

ବର୍ତ୍ତମାନ ପରିସ୍ଥିତିରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ମାମଲା ବି କୋର୍ଟକୁ ଯାଉଛି । ସିଜେପି ହେଉ କି ଯେ କୌଣସି ଦଳର ନେତା, ଆନ୍ଦୋଳନ ପରେ ସେମାନେ କୋର୍ଟର ଚକ୍କର କାଟୁଛନ୍ତି । ଜେନ ଜିଙ୍କ ସମର୍ଥନରେ ବାହାରିଛନ୍ତି ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସିଜେପି ନେତାଙ୍କ ଅଟକକୁ ସେ ନିନ୍ଦା କରିଥିଲେ । ଯେଉଁଥି ପାଇଁ ସମସ୍ତ ଛାତ୍ର ଓ ଯୁବ ସମାଜ ନବୀନ ବାବୁଙ୍କ ସାଙ୍ଗରେ ଥିବା ନେଇ ବିଜେଡି ଦାବି କରିଛି । ବିଜେପି ବିରୋଧରେ ବେକାରୀ ସମସ୍ୟା ଠାରୁ ଆରମ୍ଭ କରି SIR, ନାରୀ ନିର୍ଯାତନା ପରି ମାଳମାଳ ଅଭିଯୋଗ । ହେଲେ ବିଜେପି ସରକାରକୁ ଲୋକେ ଗାଦିରେ ବସାଇଥିବା ସତ୍ତ୍ବେ ପ୍ରତିବାଦ କରୁଥିବା ଘଟଣାକୁ ବିଜେଡି ଲଜ୍ଜାଜନକ ଭାବେ ବର୍ଣ୍ଣନା କରିଛି । କଂଗ୍ରେସ ଜେନ-ଜି ଆନ୍ଦୋଳନକୁ ସମର୍ଥନ କରୁଛି । ସେମାନଙ୍କ ଆନ୍ଦୋଳନରେ ସାମିଲ ବି ହେବ । ଭୋଟ ଚୋରୀ ବିରୋଧରେ କଂଗ୍ରେସ ପ୍ରତିବାଦ କରି ଚାଲିଛି । ଆସନ୍ତା ନଭେମ୍ବର ପହିଲାରେ ରାମଲୀଲା ମୈଦାନରେ ବିରୋଧୀ ଦେବେ ରଣହୁଙ୍କାର । ବିଜେପି ଯେଭଳି ଭାବେ ଲୋକତନ୍ତ୍ର ବଞ୍ଚାଓ ଭିଡ଼ତନ୍ତ୍ର ହଟାଓ ଆନ୍ଦୋଳନ କରୁଛି ତାକୁ ନେଇ କଟାକ୍ଷ କରିଛି କଂଗ୍ରେସ। ଦଳ ବାବି କରିଛି

ବିଜେପି ଯେତେ ଅଭିଯାନ କରିବ, ଭିଡ଼ ତାଙ୍କ ବିରୋଧରେ ଠିଆ ହେବ। ସେପଟେ ପ୍ରଧାନମନ୍ତ୍ରୀ ଦେଶକୁ ଯୋଡ଼ିବା ସହ ଦେଶର ଯୁବ ବର୍ଗଙ୍କ ପାଇଁ କାମ କରୁଥିବା ନେଇ ସଫେଇ ରଖିଛି ବିଜେପି ।

ଦେଶରେ ମୁଣ୍ଡ ଟେକିଥିବା ପ୍ରତିବାଦକୁ ନେଇ ରାଜନୈତିକ ତିନୋଟି ଅସମାହିତ ପ୍ରଶ୍ନ ଉଠାଇଛି। ପ୍ରଥମ କରି ଶାସକଦଳ ବିକ୍ଷୋଭକୁ ମୁକାବିଲା କରିବାକୁ ଯାଇ ବିକ୍ଷୋଭକୁ ଆପଣାଇଛି। ଦ୍ବିତୀୟ ପ୍ରଶ୍ନ ପ୍ରତିବାଦ କଲେ ଯେପରି ସିଜେପି ନେତା ହୁଅନ୍ତୁ କି ଜେନ-ଜି ଆଇନର ଫାଶରେ ଫସୁଛନ୍ତି ସେଠି ଦାବି ପୂରଣ ପାଇଁ ପ୍ରତିବାର ରୂପରେଖ କଣ ହେବା ଜରୁରୀ? ତୃତୀୟ ପ୍ରଶ୍ନ ହେଉଛି ଯଦି ପ୍ରତିବାଦ କଲେ ଦେଶବିରୋଧୀ ବୋଲି ଆଖ୍ଯା ମିଳୁଛି ତାହେଲେ ଆଗକୁ କିଏ କେମିତି ପ୍ରଶ୍ନ ଉଠାଇବ? ବୋଧହୁଏ ଏହାର ସାମାଜିକ ଓ ରାଜନୈତିକ ପ୍ରୟୋଗ କାଲିଠୁ ଭିନ୍ନ ରୂପରେ ଦେଖିବାକୁ ମିଳିବ।…

Latest Posts

Don't Miss