୨୫ ତାରିଖ ଓଡିଶା ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ : ସୁରେଶ ପୂଜାରୀ

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା ଅବପାତରେ ପରିଣତ ହୋଇଛି। ୧୧୦ କିଲୋମିଟର ବେଗରେ ପବନ ବହିପାରେ | ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନ ସହ ସମ୍ପର୍କରେ ରହିଛି ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ। ୨୫୦ ରିଲିଫ ସେଣ୍ଟର ଗ୍ରାଉଣ୍ଡ ଜିରୋରେ ତଦାରଖ ସରିଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ | ଆଶ୍ରୟ ସ୍ଥଳୀ ବାହାରେ ୫୦୦ ରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କ ଚିକିତ୍ସା, ରନ୍ଧା ଖାଦ୍ୟ, ଗର୍ଭବତୀ ତାଲିକା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରିଛି । ୨୫ ତାରିଖ ସକାଳ ମହତ୍ୱପୂର୍ଣ୍ଣ ଦିନ  ।

ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯାଉଛି | ପୋଲିସ ପେଟ୍ରୋଲିଙ୍ଗ ହେବ । ଆବଶ୍ୟକସ୍ଥଳରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ପଲିଥିନ ଗଛିତ କରାଯାଇଛି | ସବୁ ବନ୍ଦରକୁ ରେଡ ଆଲର୍ଟ ଜାରି କରାଯାଇଛି । ବାତ୍ୟାର ଦିଗ ବଦଳିଲେ ମଧ୍ୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି । ଯେଉଁମାନେ ବିଗତ ବାତ୍ୟା ସମୟରେ ଜିଲ୍ଲାପାଳ, ଏଡିଏମ ଓ ବିଡ଼ିଓ ଭାବେ କାର୍ଯ୍ୟ କରିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । ଯେଉଁ ବିଭାଗରେ ବି ସେମାନେ ଥିବେ ସେଠାରୁ ଆଣି ଭିନ୍ନ ଭିନ୍ନ ଜିଲ୍ଲାକୁ ପଠାଯିବ । ରେଡ ଜୋନ ଜିଲ୍ଲା ପାରାଦ୍ୱୀପ ଠାରୁ ପୁରୀ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାକୁ ଏନଡିଆରଏଫ ଟିମ ବାହାରି ସାରିଲେଣି | ରିଲିଫ ସେଣ୍ଟରରେ ପାୱାର ସପ୍ଲାଇ ପାଇଁ ପ୍ରସ୍ତୁତି ସରିଛି। ବାତ୍ୟା ସମୟ ରେ ହେବାକୁ ଥିବା ଲୋକାଲ ପରୀକ୍ଷା ସବୁ ବାତିଲ କରାଯିବ ବୋଲି ସୂଚନା ଦେଲେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।