ଓଡ଼ିଶାରୁ ଫେରିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ନନ୍ଦିଘୋଷ ବ୍ୟୁରୋ:  ଓଡ଼ିଶାରୁ ଫେରିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଅଧିକାଂଶ ଜିଲ୍ଲାରୁ ଆଜି ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । ଆସନ୍ତା ଦୁଇଦିନ ମଧ୍ୟରେ ସଂପୂର୍ଣ୍ଣ ଓଡିଶାରୁ ମୌସୁମୀ ଫେରିବା ନେଇ ପାଗ ଅନୁକୂଳ ରହିଛି । ଦେଶରେ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାରରୁ ସଂପୂର୍ଣ୍ଣ ଫେରିଯାଇଛି ମୌସୁମୀ । ମହାରାଷ୍ଟ୍ର, ଛତିଶଗଡ଼ର କିଛି ଅଞ୍ଚଳ ସମେତ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ସିକିମର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଛି । ସ୍ବାଭାବିକ ସମୟର ଦୁଇ ଦିନ ପୂର୍ବରୁ ମୌସୁମୀ ଓଡ଼ିଶାରୁ ଫେରିଛି । ଚଳିତ ବର୍ଷ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡିଶା ଛୁଇଁଥିଲା ମୌସୁମୀ । କେରଳ ଛୁଇଁବ ର ୮ ଦିନ ପରେ ଓଡ଼ିଶାରେ ପ୍ରବେଶ କରିଥିଲା । ଓଡିଶାରେ ଏଥର ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଗତ ସପ୍ତାହେ ହେବ ଓଡିଶାରେ ବଡ ବର୍ଷା ନଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।