୧୪ରେ ଜମ୍ମୁ ଓ କାଶ୍ମୀରର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା

1 min read

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୧୪ରେ ଜମ୍ମୁ ଓ କାଶ୍ମୀରର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ ନ୍ଯାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା। ଗତ ଶୁକ୍ରବାର ଜମ୍ମୁ ଓ କାଶ୍ମୀରରେ ସରକାର ଗଠନ ନେଇ ଉପରାଜ୍ୟପାଳଙ୍କୁ ଭେଟିଥିଲେ JKNC ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା। ଶ୍ରୀନଗରରେ ଉପରାଜ୍ୟପାଳଙ୍କୁ ଭେଟି ୫୫ ବିଧାୟକଙ୍କ ସମର୍ଥନ ଥିବା ନେଇ ଦାବି ଉପସ୍ଥାପନ କରିଥିଲେ ଉମର। ଜେକେଏନସିର ୪୨ ବିଧାୟକଙ୍କ ସହ  କଂଗ୍ରେସ, ଆମ ଆଦମୀ ପାର୍ଟି, ସିପିଆଇ ଓ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ଉମର। ଜମ୍ମୁ କାଶ୍ମୀରରେ କଂଗ୍ରେସକୁ ୬ ଆସନ ମିଳିଛି। ଆମ ଆଦମୀ ପାର୍ଟି ଡୋଡା ଆସନ ଜିତିବା ସହ ଜାମ୍ମୁ କାଶ୍ମୀରରେ ଖାତା ଖୋଲିଛି। ଏହାସହ ଅନ୍ୟ ୪ ସ୍ଵାଧୀନ ପ୍ରାର୍ଥୀଙ୍କ ସମର୍ଥନ ଥିବା କହିଛନ୍ତି ଓମାର ଅବଦୁଲ୍ଲା। ଜାମ୍ମୁ କାଶ୍ମୀରକୁ ପୁଣିଥରେ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ ଓମାର ।