କଡା଼ ସୁରକ୍ଷାରେ ଜମ୍ମୁ କାଶ୍ମୀରରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ

1 min read

ଶ୍ରୀନଗର: ଆଜି ଜାମ୍ମୁ ଓ କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। କଡା଼ ସୁରକ୍ଷାରେ ଚାଲିଛି ଭୋଟିଂ। ଶହ ଶହ ଭୋଟର ମତଦାନ କେନ୍ଦ୍ରରେ କରୁଛନ୍ତି ମତଦାନ। ୨୬ ବିଧାନସଭା ଆସନରେ ଚାଲିଛି ଭୋଟିଂ। କଙ୍ଗାନ, ଗନ୍ଦେରବାଲ, ହଜରତବାଲ, ଖାନିଆର, ହବକାଦାଲ, ଲାଲଚୌକ, ଚନ୍ନପୋରା, ଜାଦିବାଲ, ଇଦଗା, ସେଣ୍ଟ୍ରାଲ ସଲତେଙ୍ଗ, ବୁଦୁଗାଁ, ବିରଓ୍ବା, ଖାଁସାହିବ, ଚରାର-ଇ-ସରିଫ, ଘୋଦୋରା, ଗୁଲାବଗଡ଼, ରିଆସି, ଶ୍ରୀମାତା ବୈଷ୍ଣୋଦେବୀ, କାଲାକୋଟ-ସୁନ୍ଦରବଣୀ, ନୌସେରା, ରଜୌରୀ, ବୁଧାଲ, ଥାନାମଣ୍ଡି, ସୁରନକୋଟ, ପୁଞ୍ଚ ହାବେଳୀ, ମେନ୍ଧାର ଆସନରେ ଚାଲିଛି ଭୋଟିଂ।

ମୋଟ ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ଅଛନ୍ତି ୨୩୯ ପ୍ରାର୍ଥୀ। ଗନ୍ଦେରବଲ ଆସନରେ ସର୍ବାଧିକ ୧୫ ପ୍ରାର୍ଥୀ ରହିଛନ୍ତି। ବୁଦ୍ଧଲ ସଂରକ୍ଷିତ ଆସନରେ ସବୁଠାରୁ କମ ୪ ପ୍ରାର୍ଥୀ ରହିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଭାଗ୍ଯ ପରୀକ୍ଷା କରୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଓମାର ଅବଦୁଲ୍ଲା। ସେ ଗନ୍ଦେରବାଲ ଓ ବୁଦଗାଁରୁ ଲଢୁଛନ୍ତି।

ଗନ୍ଦେରବାଲରେ ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ପିଡିପିର ବାସିର ଅହମ୍ମଦ ମୀର। ବୁଦଗାଁରେ ଓମାରଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ପିଡିପିର ଆଗା ସୟିଦ ମୁନ୍ତାଜିର ମେହଦି। ଇଦଗାରେ ଲଢୁଛନ୍ତି ପୂର୍ବତନ ବାଚସ୍ପତି ତଥା ଏନସି ପ୍ରାର୍ଥୀ ମୁବାରକ ଗୁଲ। ସେଣ୍ଟ୍ରାଲ ସାଲଟେଙ୍ଗରେ ଲଢୁଛନ୍ତି ପିସିସି ସଭାପତି ତାରିକ ହମିଦ କାରା। ନୌଶେରାରୁ ଲଢୁଛନ୍ତି ବିଜେପି ସଭାପତି ରବିନ୍ଦର ରାଇନା।