ଟ୍ରିପଲ ଏଲ’ ଟ୍ରାପରେ ଝାଡ଼ଖଣ୍ଡ, ସାମ୍ନାକୁ ଆସିଲା ଲେବର ଜିହାଦ!

1 min read

ନନ୍ଦିଘୋଷ ବ୍ୟୁରୋ: ଲଭ୍, ଲ୍ୟାଣ୍ଡ ଏବଂ ଏବେ ଲେବର ଜିହାଦ୍ । ଝାଡ଼ଖଣ୍ଡରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ବିଶେଷ କରି ନିରିହ ଆଦିବାସୀମାନେ ଏହାର ଶିକାର ହେଉଛନ୍ତି । ପରିସ୍ଥିତି ଏଭଳି ହୋଇଛି କି, ସରକାରୀ ସ୍ତରରେ ଏହାର କୌଣସି ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ପ୍ରଶାସନ ପକ୍ଷରୁ ଏଦିଗରେ ମଧ୍ୟ କୌଣସି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଛି । ଏଠାକାର ବହୁ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି । କିନ୍ତୁ ଅନେକଙ୍କ ଘରକୁ ଟଙ୍କା ଆସେନି କିମ୍ବା ଲୋକ ମଧ୍ୟ ଫେରନ୍ତି ନାହିଁ । ଏମାନେ ଲେବର ଜିହାଦର ଶିକାର ହେଉଛନ୍ତି ।

ଝାଡ଼ଖଣ୍ଡର ଡୁମ୍ମା ଜିଲ୍ଲାରୁ ଏଭଳି ୩ଟି କେସ ସାମାନକୁ ଆସିବା ପରେ ତତ୍ପରତା ପ୍ରକାଶ ପାଇଛି । ଜମ୍ମୁ-କାଶ୍ମୀର ଏବଂ ଲଦାଖ-ଲେହକୁ ଏଭଳି ଶ୍ରମିକଙ୍କୁ ନେଇ କାମରେ ନିୟୋଜିତ କରାଯାଇଛି । ଶ୍ରମିକମାନେ କୌଣସି ପାରିଶ୍ରମିକ ପାଉନଥିବା ଅଭିଯୋଗ ହୋଇଛି । କିନ୍ତୁ ଠିକାଦାରମାନେ ମାଲାମାଲ ହେଉଥିବା କୁହାଯାଉଛି ।

ଜଙ୍ଗଲା ଗାଁର ଜଣେ ବୃଦ୍ଧା ନିଜର ପୁଅ ବୋହୂଙ୍କୁ ଦୀର୍ଘଦିନ ଧରି ଅପେକ୍ଷା କରି ବସିଛନ୍ତି । ମାତ୍ର ସେମାନେ ଘରକୁ ଫେରୁନାହାନ୍ତି । ତାଙ୍କ ଯତ୍ନ ନେବାକୁ କେହି ମଧ୍ୟ ନାହାନ୍ତି । କିନ୍ତୁ ଠିକାଦାର ସେମାନଙ୍କୁ ଛାଡ଼ୁନଥିବା ସେ କହିଛନ୍ତି । ଏଭଳି ବାକି ଦୁଇଟି ଘଟଣା ମଧ୍ୟ ସାମାନାକୁ ଆସିବା ପରେ ଆରମ୍ଭ ହୋଇଛି ତଦନ୍ତ । ସେମାନେ ଶ୍ରମିକଙ୍କ ଆଧାର କାର୍ଡ ଏବଂ ବ୍ୟାଙ୍କ ପାସବୁକ ରଖି ଦେଇଛନ୍ତି । ସେମାନଙ୍କ ନିର୍ଯ୍ୟାତନା ଦେବା ସହ ଟଙ୍କା ଦେଉନାହାନ୍ତି ।