ନନ୍ଦିଘୋଷ ବ୍ୟୁରୋ: ଝିଅକୁ ନେଲା, ଶ୍ଵଶୁରର ସର୍ବସ୍ଵ ଲୁଟିଲା । ସାମ୍ନାକୁ ଆସିଲା କରିତକର୍ମା ଜ୍ଵାଇଁ ର କଳା କାରନାମା । ନୟାପଲ୍ଲୀ ଥାନା ପୋଲିସ ଏଭଳି ଜଣେ ଯୁବକକୁ ଗିରଫ କରିଛି । ଯାହାର କାରନାମା ଶୁଣିଲେ ଆପଣ ତାଯୁବ ହୋଇଯିବେ । ଅଭିଯୁକ୍ତ ଜଣଙ୍କ ହେଲା ରାଜେଶ କୁମାର ନାୟକ । ଘର ନୟାଗଡ଼ । ୟୁନିଟ ୮ ରେ ଭଡାରେ ରହୁଥିଲା ଅଭିଯୁକ୍ତ । କିଛି ଦିନ ତଳେ ୟୁନିଟ ୮ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ କରିଥିଲା । ପ୍ରଥମକରି ଶ୍ବଶୁର ଘରକୁ ଯିବା ପରେ ନଜର ପଡିଥିଲା ଆଲମିରାରେ ଥିବା ସୁନା ଅଳଙ୍କାର ଉପରେ । କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ଲୁଟି ନେଇଥିଲା ପାଖାପାଖି ୫ ଲକ୍ଷ ଟଙ୍କାର ସୁନା । ଏପରିକି ଶ୍ବଶୁରର ବାଇକ ମଧ୍ୟ ନେଇ ଅନ୍ୟତ୍ର ବନ୍ଧା ପକେଇଦେଇଥିଲା କରିତକର୍ମା ଜ୍ବାଇଁ । ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଜ୍ୱାଇଁଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

