spot_img

Latest Posts

ଜାମିନ ପରେ ପୁଣି ନୋଟିସ୍, ସୌରଭ ଓ ଆଶୁତୋଷଙ୍କୁ ଡାକିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ

ନନ୍ଦିଘୋଷ ବ୍ୟୁରୋ: ସିଜେପିର ସୌରଭ ଦାସ ଓ ଆଶୁତୋଷ ରାଙ୍କାକୁ ଦିଲ୍ଲୀ ପୋଲିସର ନୋଟିସ୍। କ୍ରାଇମବ୍ରାଞ୍ଚ ନୋଟିସ୍ କରିଛି। ଆଜି ହାଜର ହେବାକୁ ନୋଟିସ୍ କରାଯାଇଛି। ସିଇସିଙ୍କ ବିରୋଧରେ ଜନ୍ତର ମନ୍ତରରେ ପ୍ରତିବାଦ କରିବା ମାମଲାରେ ଉଭୟଙ୍କୁ ନୋଟିସ୍ କରାଯାଇଛି। ସେମାନେ ଥାନାରେ ହାଜର ହୋଇ ଉତ୍ତର ରଖିବେ। SIR ନେଇ CEC ଜ୍ଞାନେଶ କୁମାରଙ୍କ ବିରୋଧରେ ଜନ୍ତର ମନ୍ତରରେ ପ୍ରତିବାଦ କରିଥିବାରୁ ସେମାନଙ୍କୁ ଅକ୍ଟୋବର ୧୪ରେ ଗିରଫ କରାଯାଇଥିଲା। ଜନ୍ତର ମନ୍ତରରେ କଟକଣାକୁ ଉଲ୍ଲଂଘନ କରିଥିଲେ ସେମାନେ। ୭ ଦିନ ଜେଲରେ ରହିବା ପରେ ଗତକାଲି ମିଳିଥିଲା ଜାମିନ। ଜେଲରୁ ବାହାରୁ ବାହାରୁ ପୁଣି ଦିଲ୍ଲୀ ପୋଲିସ ନୋଟିସ କରିଛି। ବିକ୍ଷୋଭ ନେଇ କନଟ ପ୍ଲେସ ଥାନା ଓ ସଂସଦ ମାର୍ଗ ଥାନାରେ ଦୁଇଟି ଏତଲା ହୋଇଥିଲା। ଉଭୟ ମାମଲାକୁ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି। ତେଣୁ ତଦନ୍ତ ଲାଗି ସୌରଭ ଓ ଆଶୁଙ୍କୁ ଡକାଇଛି କ୍ରାଇମବ୍ରାଞ୍ଚ।

Latest Posts

Don't Miss