କଟକ, ଭୁବନେଶ୍ଵର: କକ୍ରୋଚ ଜନତା ପାର୍ଟିର ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ତୁରନ୍ତ ଛଡ଼ାଯାଉ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦାବି କରିବା ପରେ ଉଷ୍ଣ ହୋଇଛି ରାଜ୍ୟ ରାଜନୀତି। ଦେଶର ଆଇନ କାନୁନ ଓ ସାମ୍ବିଧାନିକ ଅଧିକାର ଉପରୁ ଯୁବ ବର୍ଗଙ୍କ ଭରସା ଯେମିତି ତୁଟି ନ ଯାଏ, ସେଥିପାଇଁ ବିଚାର ବିଭାଗ ଓ ପ୍ରଶାସନ ପଦକ୍ଷେପ ନେବା ଉଚିତ ବୋଲି ନିଜ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ନବୀନ ପଟ୍ଟନାୟକ। ତାଙ୍କର ଏହି ମନ୍ତବ୍ୟ ପରେ ମୁହାଁମୁହିଁ ବିଜେପି ଓ ବିଜେଡି । ବରିଷ୍ଠ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଜେନ୍ ଜି ଏବେ ବିଜେପି ବିରୋଧୀ । ସେଥିପାଇଁ ବିଜେପି ନେତାମାନେ ବିତଣ୍ଡା ଓ ଅବାସ୍ତବ ବୟାନବାଜି କରୁଛନ୍ତି। ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ବିଜେଡି ନେତାଙ୍କ ବିଚାର ବିଭ୍ରାଟ ହୋଇଛି । …
କଂଗ୍ରେସ ମଧ୍ୟ ବିଜେପି ସାଂସଦ ମନମୋହନ ସାମଲଙ୍କୁ କଡ଼ା ସମାଲୋଚନା କରିଛି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ବିଜେପିର ଏକଛତ୍ରବାଦ ଶାସନକୁ ହଟାଇବା ପାଇଁ ପଣ କରିଛନ୍ତି ଜେନ୍ ଜି । ବିଜେପି ତାନାସାହି ଶାସନ ଚଳାଇଛନ୍ତି ପୁରା ଦେଶରେ। ଜେନ୍ ଜି ଙ୍କୁ ଦମନ କରିବାକୁ ଚେଷ୍ଟା କରାଯାଉଛି। ଏଥିରେ ବିଜେପି କେବେ ବି ସଫଳ ହେବନି। ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ଜେନ ଜି ଅଣ୍ଟା ଭିଡିଛନ୍ତି। ଜେନ ଜି କୁ ଇଣ୍ଡିମେଣ୍ଟ ସହ ବହୁ ଦଳ ସମର୍ଥନ କରୁଛି। ରାଜ୍ୟର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରିଛନ୍ତି। ବିଜେପି ସଭାପତି ମନମୋହନ ସାମଲ ଜେନ ଜିର ଶକ୍ତି ଜାଣି ନାହାନ୍ତି। କଲେଜ ନିର୍ବାଚନରେ ଜେନ ଜି ନିଜର ଶକ୍ତି ଦେଖାଇଛନ୍ତି। ଆଜି ଯେଉଁମାନେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ସେମାନେ ଅନ୍ୟକୁ କହୁଛନ୍ତି ବୋଲି ବିଜେପିକୁ କଟାକ୍ଷ କରିଛନ୍ତି ଜୟଦେବ ଜେନା। …
ସିଜେପି ସପକ୍ଷରେ ବାହାରି ଜାତୀୟସ୍ତରରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ନବୀନ ପଟ୍ଟନାୟକ। ରାଜନୀତିରୁ ଉର୍ଦ୍ଧରେ ରହି ନବୀନ ଅତୀତରେ ଅନେକ ନିଷ୍ପତ୍ତି ନେଇଛନ୍ତି। …

