ବିଜେପି ନେତାଙ୍କ ମିଛ ପ୍ରଚାରର ମୁଖା ଖୋଲିଲେ ନିଜ ଦଳର ସଂସଦୀୟ ମନ୍ତ୍ରୀ

1 min read

ଭୁବନେଶ୍ବର: ଧରାପଡ଼ିଲା ବିଜେପି ନେତାଙ୍କ ମିଛ ପ୍ରଚାର । ଆଉ ବିଜେପି ନେତାଙ୍କ ଏହି ମିଛର ପର୍ଦ୍ଦାଫାସ କରିଛନ୍ତି ନିଜ ଦଳର ସଂସଦୀୟ ମନ୍ତ୍ରୀ । ପୂର୍ବ ସରକାର ସମୟରେ ରାଜ୍ଯର ବିଭିନ୍ନ ଅଞ୍ଚଳକୁ ସେତେବେଳର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ନେଇ ବିଜେପିର ମିଛ ପ୍ରଚାର ସାମ୍ନାକୁ ଆସିଛି । ଖୋଦ ସଂସଦୀୟ ମନ୍ତ୍ରୀ ହିଁ ବିଜେପି ନେତାଙ୍କ ମିଛ ପ୍ରଚାରର ମୁଖା ଖୋଲିଛନ୍ତି ।

ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ସଂସଦୀୟ ମନ୍ତ୍ରୀ କହିଛନ୍ତି, ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସେତେବେଳର ଫାଇଭ-ଟି ଅଧ୍ଯକ୍ଷଙ୍କ ଗସ୍ତ ସରକାରୀ କାର୍ଯ୍ଯକ୍ରମ ଥିଲା । ଏଥିପାଇଁ ହେଉଥିବା ଖର୍ଚ୍ଚ ଓଡ଼ିଶା ରାଜକୋଷରୁ କରାଯାଇଥିଲା ।

ପୂର୍ବରୁ ଏହା ଦଳୀୟ କାର୍ଯ୍ଯକ୍ରମ ବୋଲି କହି ବୁଲୁଥିଲା ବିଜେପି । ବିଜେପି ନେତାମାନେ ନବୀନ ଓ ପାଣ୍ଡିଆନଙ୍କ କାର୍ଯ୍ଯକ୍ରମକୁ ଦଳୀୟ କାର୍ଯ୍ଯକ୍ରମ ବୋଲି କହି ବୁଲୁଥିଲେ । ହେଲେ ବିଧାୟକ ନୀଳମାଧବ ହିକକାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସତ ଖୋଲିବା ସହ ବିଜେପି ନେତାଙ୍କ ମୁହଁରେ କଳା ବୋଲି ଦେଛନ୍ତି ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାହାକୁ ନେଇ ବିଜେପିକୁ ସମାଲୋଚନା କରିଛି ବିଜେଡି ।