ଆଜି ସୁରୁଖୁରୁରେ ଚାଲିଲା ବିଧାନସଭାର ପ୍ରଶ୍ନକାଳ

1 min read

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ସୁରୁଖୁରୁରେ ଚାଲିଲା ବିଧାନସଭାର ପ୍ରଶ୍ନକାଳ। ବିଭିନ୍ନ ବିଭାଗର ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଗୃହରେ ଉତ୍ତର ରଖିଛନ୍ତି, ରାଜ୍ୟରେ ୩୧୭ ଟି ତହସିଲ ଅଫିସ ଅଛି। ସମୁଦାୟ ୫ ତହସିଲଦାର ଓ ୨୧୭ ଅତିରିକ୍ତ ତହସିଲଦାର ପଦ ଖାଲି ପଡିଛି। ରାଜ୍ୟରେ ୪୪୬ ମଞ୍ଜୁରୀପ୍ରାପ୍ତ ଅତିରିକ୍ତ ତହସିଲଦାର ପଦବୀ ଅଛି. ସେହିପରି ୭୮୯ RI, ୧୩୮୫ ARI ଓ ୧୧୬୯ ଅମିନ ପଦ ଖାଲି ପଡିଛି। ଏହି ସବୁ ପଦବୀ ପୂରଣ କରିବାକୁ OSSSC କୁ ଅଧିଯାଚନା ଦିଆଯାଇଛି। ସବୁ ପଦବୀ ଚୟନ ଓ ପଦୋନ୍ନତି ଜରିଆରେ ପୂରଣ କରାଯିବ । ଗୃହରେ ଆଜି ଜଳ ସଂପଦ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ  ସଂଯୋଜନା, ବାଣିଜ୍ୟ, ସୂଚନା ଲୋକସମ୍ପର୍କ ଓ ପରିବହନ ବିଭାଗର ପ୍ରଶ୍ନ ରହିଥିଲା। ପରେ ଶୂନ୍ୟକାଳରେ ଜାତିଭିତ୍ତିକ ଗଣନା ଓ ସଂରକ୍ଷଣ ପରି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇପାରନ୍ତି ବିରୋଧୀ। ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ରହିଛି।